Indus Valley Times

ଶାରଦା ମାଇନ୍ସରେ ଇଡିର ଚଢାଉ, ଏକାସାଙ୍ଗେ ୩ଟି ସ୍ଥାନରେ ଖୋଳତାଡ଼

 Breaking News

ଶାରଦା ମାଇନ୍ସରେ ଇଡିର ଚଢାଉ, ଏକାସାଙ୍ଗେ ୩ଟି ସ୍ଥାନରେ ଖୋଳତାଡ଼

ଶାରଦା ମାଇନ୍ସରେ ଇଡିର ଚଢାଉ, ଏକାସାଙ୍ଗେ ୩ଟି ସ୍ଥାନରେ ଖୋଳତାଡ଼
August 22
12:31 2022

ଚମ୍ପୁଆ,, ୨୨/୮: କେନ୍ଦୁଝର ଜିଲ୍ଲା ବଡ଼ବିଲସ୍ଥିତ ଶାରଦା ମାଇନ୍ସରେ ଆଜି ସକାଳୁ ପଶିଛି ଇଡି। ଶାରଦା ମାଇନ୍ସର କିଛି ବରିଷ୍ଠ ଅଧିକାରୀଙ୍କ ଘରେ ଇଡି ରେଡ ହେଉଥିବା ଜଣାଯାଇଛି। ବେଆଇନ୍ ଅର୍ଥ କାରବାର ଲିଙ୍କ୍ ଅଭିଯୋଗରେ ଏହି ଚଢ଼ାଉ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।
ସୋମବାର ସକାଳ ପ୍ରାୟ ୯ଟା ବେଳେ ଇଡି ଅଧିକାରୀଙ୍କ ଗାଡ଼ ଶାରଦା ମାଇନ୍ସ ଗେଟ୍ ଭିତରେ ପଶିଥିଲା। ଉକ୍ତ ପରିସରରେ ଶାରଦା ମାଇନ୍ସ କାର୍ଯ୍ୟାଳୟ ସମେତ ଅଧିକାରୀ ଓ କର୍ମଚାରୀଙ୍କ କଲୋନୀ ବି ରହିଛି।
ଖବର ଅନୁଯାୟୀ, ଶାରଦା ମାଇନ୍ସ ନାଁ ବେଆଇନ୍ ଖଣିଜ କାରବାର ନେଇ ପୂର୍ବରୁ ଅଭିଯୋଗ ରହିଥିଲା । ଏନେଇ ସୋମବାର ବଡ଼ବଲିରେ ଥିବା ଖଣି କାର୍ଯ୍ୟାଳୟ ସହିତ ସୟାବାଲି ସ୍ଥିତ କଲୋନୀରେ ଚଢାଉ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏକାସାଙ୍ଗେ ୩ଟି ସ୍ଥାନରେ ଇଡି ଚଢାଉ କରୁଥିବା ସୂଚନା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031