Indus Valley Times

ଶାଲିମାର ଏକ୍ସପ୍ରେସ୍‌ର ପାର୍ସଲ ବଗିରେ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ

 Breaking News

ଶାଲିମାର ଏକ୍ସପ୍ରେସ୍‌ର ପାର୍ସଲ ବଗିରେ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ

ଶାଲିମାର ଏକ୍ସପ୍ରେସ୍‌ର ପାର୍ସଲ ବଗିରେ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ
November 05
19:20 2022

ମୁମ୍ବାଇ, ୫/୧୧: ଓଡ଼ିଶାର ରାଉରକେଲା, ଝାରସୁଗୁଡା ଦେଇ ପଶ୍ଚିମବଙ୍ଗର ଶାଲିମାରରୁ ମହାରାଷ୍ଟ୍ରର ମୁମ୍ବାଇକୁ ଯାଉଥିବା ଶାଲିମାର ଏକ୍ସପ୍ରେସର ଗୋଟିଏ ବଗିରେ ନିଆଁ ଲାଗିଯାଇଥିଲା ।
ଶନିବାର ସକାଳେ ମହାରାଷ୍ଟ୍ରର ନାଶିକ ରୋଡ ଷ୍ଟେସନରେ ମୁମ୍ବାଇ ଅଭିମୁଖେ ଯାଉଥିବା ଶାଲିମାର ଏକ୍ସପ୍ରେସର ପାର୍ସଲ ବଗିରେ ନିଆଁ ଲାଗିଯାଇଥିଲା ।
ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି । ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗର ଶାଲିମାର ଏବଂ ଲୋକମାନ୍ୟ ତିଲକ ଟର୍ମିନାଲ ଷ୍ଟେସନ ମଧ୍ୟରେ ଚାଲୁଥିବା ଟ୍ରେନର ଇଞ୍ଜିନ ସହ ଲାଗିଥିବା ପାର୍ସଲ ଭ୍ୟାନ୍ରେ ଏହି ଅଗ୍ନିକାଣ୍ଡ ଘଟିଥିଲା ଜ୍ଝ ତେବେ ଏହି ଅଗ୍ନିକାଣ୍ଡର କାରଣ ଏ ପର‌୍ୟ୍ୟନ୍ତ ଜଣାପଡିନାହିଁ ।
ଏହି ଘଟଣାକୁ ନେଇ କେନ୍ଦ୍ରୀୟ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ଶିବାଜୀ ସୂତାର କହିଛନ୍ତି ଯେ ଏହି ଘଟଣା ସକାଳ ପ୍ରାୟ ୮.୪୫ ସମୟରେ ଘଟିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ନିଆଁକୁ ଆୟତ୍ତ କରାଯାଇଛି ଏବଂ ନାଶିକ ରୋଡ ଷ୍ଟେସନରେ ଅନ୍ୟ ବଗିରୁ ପାର୍ସଲ ଭ୍ୟାନକୁ ଅଲଗା କରାଯାଇଛି ।
ରିପୋର୍ଟ ଅନୁଯାୟୀ, ପାର୍ସଲ ବଗିରେ ନିଆଁ ଲାଗିଥିବାର ଜଣାପଡିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟ ଖେଳିଯାଇଥିଲା ଜ୍ଝ ତେବେ ଉଚିତ ସମୟରେ ଷ୍ଟେସନରେ ଟ୍ରେନକୁ ଅଟକାଯାଇ ନିଆଁ ଲିଭାଯାଇଥିଲା ।
ଉଲ୍ଲେଖ ଥାଉ କି ଏହି ଟ୍ରେନ(୧୮୦୩୦-ଶାଲିମାର ଏକ୍ସପ୍ରେସ) ପଶ୍ଚିମବଙ୍ଗର ଶାଲିମାରରୁ ବାହାରି ଲୋକମାନ୍ୟ ତିଲକ ଟର୍ମିନାଲ ଷ୍ଟେସନ ପର୍ଯ୍ୟନ୍ତ ଯାଇଥାଏ । ଏହି ଟ୍ରେନ ଓଡିଶାର ରାଉରକେଲା, ରାଜଗାଙ୍ଗପୁର, ଝାରସୁଗୁଡା, ବେଲପାହାଡ ଦେଇ ଯାତାୟାତ କରିଥାଏ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031