Indus Valley Times

ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର, ଗିରଫ : ସିବିଆଇ ତଦନ୍ତ ଦାବୀରେ ବିଜେପି ଯୁବ ମୋର୍ଚ୍ଚାର ଏସପି ଅଫିସ ଘେରାଉ ଓ କୁଶ ପୁତ୍ତଳିକା ଦାହ

 Breaking News

ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର, ଗିରଫ : ସିବିଆଇ ତଦନ୍ତ ଦାବୀରେ ବିଜେପି ଯୁବ ମୋର୍ଚ୍ଚାର ଏସପି ଅଫିସ ଘେରାଉ ଓ କୁଶ ପୁତ୍ତଳିକା ଦାହ

October 28
19:30 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୨୮/୧୦ : ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କେପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯିବା ସହ ତାଙ୍କୁ ଗିରଫ କରାଯାଇ ଘଟଣାର ସତ୍ୟତା ପାଇଁ ସିବିଆଇ ତଦନ୍ତ କରାଯିବା ଦାବିରେ ଗୁରୁବାର ଗଜପତି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାଣୀପେଣ୍ଠ ସ୍ଥିତ ଏସପି କାର୍ଯ୍ୟାଳୟ ଘେରାଉ କରାଯିବା ସହ ବିକ୍ଷୋଭ ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଶ୍ରୀ ସନ୍ତୋଷ ଜେନାଙ୍କ ନେତୃତ୍ୱରେ ଶତାଧିକ ସଂଖ୍ୟାରେ ବିଜେପି ଯୁବମୋର୍ଚ୍ଚା ସମେତ ବିଜେପିର ବିଭିନ୍ନ ଉଇଙ୍ଗସର ନେତା ଓ କର୍ମୀ ମାନେ ଏସପି କାର୍ଯ୍ୟାଳୟ ଠାରେ ପହଞ୍ଚି ରାଜ୍ୟ ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏସପି କାର୍ଯ୍ୟାଳୟ ଘେରାଉ କରିଥିଲେ ।
ଆୟୋଜିତ ବିକ୍ଷୋଭ ସଭାରେ ବିଜେପି ଜିଲ୍ଲା ସଭାପତି ତଥା ପାରଳା ବିଧାୟକ ଶ୍ରୀ କେ: ନାରାୟଣ ରାଓଙ୍କ ସମେତ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ତଥା ଗଜପତି ଜିଲ୍ଲା ପ୍ରଭାରୀ ଶ୍ରୀ ରାଧା ମାଧବ ପରିଡା , ବିଜେପି ସାଧାରଣ ସମ୍ପାଦକ ଶ୍ରୀ ନୃସିଂହ ଚରଣ ପଟନାୟକ , ଉପସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର ଓ ମହିଳା ମୋର୍ଚ୍ଚା ସମ୍ପାଦିକା ଅରୁଣୀମା ସାହୁ ପ୍ରମୁଖ ଉଦବୋଧନ ଦେଇ ଥିଲେ ।
ସେମାନେ ଅଭିଯୋଗ କରି କହିଥିଲେ ଯେ , ଓଡ଼ିଶାରେ ବହୁଦିନ ହେଲାଣି ଦୁଷ୍କର୍ମ , ହତ୍ୟା , ନିର୍ଯ୍ୟାତନା ଓ ଅପହରଣ ପ୍ରଭୃତି ଘଟଣା ବଢିଚାଲିଛି । ଏମିତିକି ଡବଲ ମର୍ଡର , କିଡନେପ , ଏସିଏଫଓ ମର୍ଡର , ସମବାୟ ସଂସ୍ଥା ଖାଇଦେବା ପ୍ରଭୃତି ଘଟଣାରେ ମନ୍ତ୍ରୀମାନେ ସମ୍ପୃକ୍ତ ଅଛନ୍ତି ।
ଏଥିରେ ସମ୍ପୃକ୍ତ ସମସ୍ତ ଦୁର୍ନୀତିଖୋର ମନ୍ତ୍ରୀ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଉଛନ୍ତି । ଆଗାମୀ ଦିନରେ ଏସବୁ ଦୁର୍ନୀତି ସଂଗଠନ ନ ହେବାପାଇଁ ଆଜି ବିଜେପି ଓ ଜିଲ୍ଲାରେ ଆନ୍ଦୋଳନ ଚଳାଇଛି ।
ତେଣୁ ଗୁରୁବାର ବିଜେପି ଯୁବମୋର୍ଚ୍ଚା ଦାବି କରୁଛି ଯେ , ଶିକ୍ଷୟତ୍ରୀ ମମିତା ମେହେର ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ କେପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯିବା ସହ ତାଙ୍କୁ ଗିରଫ କରାଯାଇ ଘଟଣାର ସତ୍ୟତା ପାଇଁ ସିବିଆଇ ତଦନ୍ତ କରାଯାଉ ।
ଏହି ଘଟଣାରେ ଯଦି କୋଣସି ନ୍ୟାୟ ନ ମିଳେ , ତେବେ ଆଗାମୀ ଦିନରେ ଏହାର ପ୍ରତିବାଦରେ ଆନ୍ଦୋଳନ ତୀବ୍ର କରାଯିବ ବୋଲି କହିଥିଲେ ।
ଶେଷରେ ଗୃହ ରାଷ୍ଟ୍ରମନ୍ତ୍ରୀ କେପଟେନ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା ।
ଶାନ୍ତି ଶୃଙ୍ଖଳା ରକ୍ଷାପାଇଁ ଏସଡିପିଓ ଶ୍ରୀ ରାମକୃଷ୍ଣ ପତି ଓ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଥାନାଧିକାରୀ ଶ୍ରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ପୋଲିସ ବାହିନୀ ମୃତୟନ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031