Indus Valley Times

ଶୁକ୍ରବାର ଭକ୍ତଙ୍କ ଲାଗି ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ

 Breaking News

ଶୁକ୍ରବାର ଭକ୍ତଙ୍କ ଲାଗି ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ

ଶୁକ୍ରବାର ଭକ୍ତଙ୍କ ଲାଗି ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ
September 16
12:41 2021

ପୁରୀ,୧୬/୯ : ପୁରୀ ଶ୍ରୀମନ୍ଦିରରେ ଜଗା ଦର୍ଶନ ବନ୍ଦ । ଶୁକ୍ରବାର ଭକ୍ତଙ୍କ ଲାଗି ଜଗା ଦର୍ଶନ ବନ୍ଦ ରହିବ । ସୁନିଆଁ ପର୍ବ ଓ ବାମନ ଜନ୍ମ ପାଇଁ ବିଶେଷ ନୀତି ହେଉଥିବାରୁ କଟକଣା ଲାଗୁ କରାଯାଇଛି । କନ୍ୟା ସଂକ୍ରାନ୍ତି ଶ୍ରାବଣା ମକତ ନକ୍ଷତ୍ର ସନ ୧୪୨୯ ସାଲ ଆରମ୍ଭ ପାଇଁ ମନ୍ଦିରରେ ପାଳନ ହେବ ବିଶେଷ ନୀତି । ତେଣୁ ସେହିଦିନ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି ।
ସେପଟେ ପୁରୀବାସୀଙ୍କୁ ସ୍ବତନ୍ତ୍ର ଦର୍ଶନ ସୁବିଧା ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା ଶ୍ରୀଜଗନ୍ନାଥ ସେନା । ଅଗଷ୍ଟ ୧୬ ତାରିଖରୁ ପୁରୀବାସୀଙ୍କ ଲାଗି ଖୋଲିଥିଲା ଶ୍ରୀମନ୍ଦିର । ୫ ଦିନ ଧରି କାଳିଆକୁ ଦର୍ଶନ ପାଇଁ ସୁଯୋଗ ପାଇଥିଲେ ପୁରୀବାସୀ । ହେଲେ ୨୩ ତାରିଖରୁ ସ୍ବତନ୍ତ୍ର ଦର୍ଶନ ଆଧାରରେ ପୁରୀବାସୀ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ।
ତେଣୁ ପୁରୀବାସୀଙ୍କୁ ସ୍ବତନ୍ତ୍ର ଦର୍ଶନ ସୁବିଧା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ଶ୍ରୀଜଗନ୍ନାଥ ସେନା । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପ୍ରଶାସନର ନିଷ୍ପତ୍ତିକୁ କଡା ବିରୋଧ କରାଯାଇଛି । ସିଂହଦ୍ଵାର ସମ୍ମୁଖରେ ଦର୍ଶନ ଦାବି ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ଧାରଣା।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031