Indus Valley Times

ଶ୍ୱେତା ଆତ୍ମହତ୍ୟା ମାମଲା: ମାସେ ପରେ ସୌମ୍ୟଙ୍କୁ ଡାକି ପଚରାଉଚରା କଲା ପୁଲିସ୍

 Breaking News

ଶ୍ୱେତା ଆତ୍ମହତ୍ୟା ମାମଲା: ମାସେ ପରେ ସୌମ୍ୟଙ୍କୁ ଡାକି ପଚରାଉଚରା କଲା ପୁଲିସ୍

ଶ୍ୱେତା ଆତ୍ମହତ୍ୟା ମାମଲା: ମାସେ ପରେ ସୌମ୍ୟଙ୍କୁ ଡାକି ପଚରାଉଚରା କଲା ପୁଲିସ୍
September 15
11:36 2022

ଭୁବନେଶ୍ୱର,୧୫/୯: ଦୀର୍ଘ ଦିନ ପରେ ପୁଣି ସଫ୍ଟୱେର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଆଗେଇଛି । ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତ୍ ମହାପାତ୍ରଙ୍କୁ ରାତିଅଧିଆ ଜେରା କରିଛି । ଏହାସହ ପୁଲିସ୍ ଶ୍ୱେତାଙ୍କ ବାପା ଓ ଭାଇଙ୍କୁ ଥାନାକୁ ଡାକି ପଚରାଉଚରା କରିଥିବା ସୂଚନା ମିଳିଛି ।
ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଘଟଣାର ଦୀର୍ଘ ୨୦ ଦିନ ପରେ ଶ୍ୱେତାଙ୍କ ବୟଫ୍ରେଣ୍ଡ ସୌମ୍ୟଙ୍କୁ ଧରିଛି । ପୂର୍ବରୁ ପୁଲିସ୍ ଥାନାରେ ହାଜର ହେବାକୁ ତାଙ୍କୁ ଏକାଧିକ ଥର ନୋଟିସ୍ କରିଥିଲା । ସୌମ୍ୟ ଏହି ନୋଟିସ୍ର ଉତ୍ତର ରଖିନଥିଲେ କି ଥାନାରେ ହାଜର ହୋଇନଥିଲେ ।
ତାଙ୍କ ମୋବାଇଲ୍ ଫୋନ୍ ଦୀର୍ଘ ଏକ ସପ୍ତାହ ଧରି ସୁଇଚ୍ ଅଫ୍ ଥିଲା । ପୁଲିସ୍ ଶେଷରେ ତାଙ୍କ ସମ୍ପର୍କୀୟଙ୍କ ମୋବାଇଲ୍କୁ ଟ୍ରାକ୍ କରି ସୌମ୍ୟ ସମ୍ବଲପୁରରେ ଥିବା ଜାଣିବାକୁ ପାଇଥିଲା । ଏହାପରେ ପୁଲିସ୍ର ଏକ ଟିମ୍ ତାଙ୍କୁ ସମ୍ବଲପୁରରୁ ଧରି ରାତି ପ୍ରାୟ ୧୦ଟା ବେଳେ ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚିଥିଲା ।
ସେପଟେ ପୁଲିସ୍ର ଡକରା ପାଇ ଶ୍ୱେତାଙ୍କ ବାପା ଓ ଭାଇ ଥାନାକୁ ଯାଇଥିଲେ । ସେଠାରେ ପୁଲିସ୍ ଉଭୟଙ୍କୁ ଡାଏରୀର ରହସ୍ୟ ସମ୍ପର୍କରେ ପଚାରି ବୁଝିଥିଲା । ଶ୍ୱେତା ଓ ସୌମ୍ୟଙ୍କ ପ୍ରେମ ସମ୍ପର୍କ ବାବଦରେ ପଚରାଉଚରା କରିଥିଲା । ଏହାପରେ ସେମାନେ ଥାନାରୁ ଯାଇଥିଲେ । କିନ୍ତୁ ପୁଲିସ୍ ସୌମ୍ୟଙ୍କୁ ଅଟକ ରଖିଛି । ତାଙ୍କଠାରୁ ଶ୍ୱେତାଙ୍କ ସହ ଝଗଡ଼ା, ଡାଏରୀର ରହସ୍ୟ, ଆତ୍ମହତ୍ୟା ପୂର୍ବରୁ ଫୋନ୍ରେ ହୋଇଥିବା ଝଗଡ଼ା ସମ୍ପର୍କରେ ଜେରା ଚଳାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031