Indus Valley Times

ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା…କ୍ଷତିପୂରଣ ଓ ନ୍ୟାୟ ଦାବିରେ ରାଜପଥ ଅବରୋଧ: ପ୍ରତିଶୃତି ପରେ ହଟିଲା

 Breaking News

ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା…କ୍ଷତିପୂରଣ ଓ ନ୍ୟାୟ ଦାବିରେ ରାଜପଥ ଅବରୋଧ: ପ୍ରତିଶୃତି ପରେ ହଟିଲା

ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣା…କ୍ଷତିପୂରଣ ଓ ନ୍ୟାୟ ଦାବିରେ ରାଜପଥ ଅବରୋଧ: ପ୍ରତିଶୃତି ପରେ ହଟିଲା
August 29
14:06 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

ବାଲିଗୁଡ଼ା,୨୯/୮: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା । ନ୍ୟାୟ ଦାବିରେ ସ୍କୁଲ୍ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କଲେ ଉତ୍ୟକ୍ତ ଲୋକେ । ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦାୟୀତ୍ବ ହୀନତା ଯୋଗୁଁ ଏଭଳି ଘଟଣା ଘଟିଲା । ଏଣୁ ମୃତ ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି ସହ ପ୍ରଧାନ ଶିକ୍ଷୟିତ୍ରୀ, ହଷ୍ଟେଲ ସୁପରିଟେଣ୍ଡେଣ୍ଟ୍ ଓ ଦାୟିତ୍ବହୀନ କର୍ମଚାରୀଙ୍କୁ ନିଲମ୍ବନ ଦାବି କରି ଶବ ରଖି ରାସ୍ତା ଅବରୋଧ କରିଛନ୍ତି ଉତ୍ୟକ୍ତ ଅଞ୍ଚଳବାସୀ । ଘଟଣା ପ୍ରକାରେ ଶନିବାର ଅପରାହ୍ନରେ ବାଟାଗୁଡ଼ା ସରକାରୀ ଆଶ୍ରମ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ର ସତ୍ୟାନନ୍ଦ ନାୟକ କୌଣସି କାରଣରୁ ତଳେ ପଡ଼ି ଯାଇ ଅଚେତ ହୋଇପଡ଼ିଥିଲେ । ଏହାପରେ ବିଦ୍ୟାଳୟ କର୍ତ୍ତୁପକ୍ଷ ସତ୍ୟାନନ୍ଦଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରବିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା ବାଲିଗୁଡ଼ା ପୋଲିସ୍ । ସେପଟେ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ୍ । ଥାନା ଅଧିକାରୀ ବାବାଶଙ୍କର ସରାଫ୍, ତହସିଲଦାର ବିଜୟ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଭିଷଣ ଭୋଇ , ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଦିବେର ମଲ୍ଲିକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଜାତୀୟ ରାଜପଥ ଅବରୋଧ କରିଥିବା ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରକାରୀ ରିଲିଫ ପାଣ୍ଠିରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇବା ସହ ସରକାରୀ ନିୟମାନୁସାରେ ବଳକା କିଛି ଆର୍ଥିକ ସହାୟତା ତଦନ୍ତ ପରେ ପ୍ରଦାନ କରାଯିବା ପାଇଁ ପ୍ରତିଶୃତି ପାଇବା ପରେ ରାସ୍ତାରୋକ ହଟିଥିଲା ।

ମହାଦେବଙ୍କ ଦର୍ଶନ କରିବାକୁ ଯାଇ ଆଉ ଫେରିଲେନି :ଗାଧୋଇବା ବେଳେ ଭାସିଗଲେ ନାବାଳକ,ନାବାଳିକା

ବାଲିଗୁଡା,୨୯/୮: ଶ୍ରାବଣ ମାସ ଶେଷ ସୋମବାରରେ ମିନାଝୋଲା ସ୍ଥିତ ପ୍ରସିଦ୍ଧ ଶୈବପୀଠ ରେ ମହାଦେବଙ୍କ ଦର୍ଶନ କରିବାକୁ ଯାଇ ଆଉ ଫେରିଲେନି ଦୁଇ ପରିବାରର ପୁଅ,ଝିଅ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଶ୍ରୀରାମପୁର କଲୋନୀସାହିର କୃଷ୍ଣ ବଡ଼ସେଠ୍ ଓ ଟିକାରି ଗାଁର ମିଥୁନ ବଡ଼ନାୟକଙ୍କ ପରିବାର ଶ୍ରାବଣ ମାସ ଶେଷ ସୋମବାରରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ମିନାଝୋଲାରେ ମହାଦେବଙ୍କ ଦର୍ଶନ କରିବାକୁ ଯାଇଥିଲେ । ଦର୍ଶନ ପୂର୍ବରୁ ନିକଟସ୍ଥ ବଂଶଧାରା ନଦୀର ତ୍ରୀବେଣି ସଂଗମରେ ଥିବା ଗୌରୀ କୁଣ୍ଡରେ କୃଷ୍ଣ ବଡ଼ସେଠ୍ ଙ୍କ ନାବାଳିକା ଝିଅ ଓ ମିଥୁନ ବଡ଼ନାୟକଙ୍କ ନାବାଳକ ପୁଅ ଗାଧୋଉଥିବା ବେଳେ ଅସାବଧାନତା କାରଣରୁ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ନଦୀରେ ପଶି ଉଭୟ ନାବାଳକ ପୁଅ ଓ ନାବାଳିକା ଝିଅଙ୍କୁ ଖୋଜୁଥିବା ବେଳେ ଏସନ୍ଧ୍ୟା ସୁଦ୍ଧା ଉଭୟଙ୍କ କୌଣସି ସନ୍ଧାନ ମିଳିନଥିବା ଯୋଗୁଁ ପୁଣି ମଙ୍ଗଳ ବାର ଦିନ ଖୋଜୁଥିବା ଜଣାପଡ଼ିଛି । ସେପଟେ ଏଭଳି ଦୁଃଖଦ ଖବର ଶୁଣି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟପଟେ ସମ୍ପୃକ୍ତ ସ୍ଥାନରେ ଏଭଳି ଅଘଟଣ ପୂର୍ବରୁ ବାରମ୍ବାର ଘଟିଥିବା ବେଳେ ପ୍ରଶାସନ ପକ୍ଷରୁ ଏଦିଗରେ କୌଣସି ପ୍ରକାରେ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

ବାଲିଗୁଡାରେ ସୁନା ବେପାରୀଙ୍କୁ ଗୁଳି ମାରି ଲୁଟ

ବାଲିଗୁଡା,୨୯/୮.:କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ନେହୁରୁ ଛକ ଠାରେ ଦେଖିବାକୁ ମିଳିଛି ଏକ ଜଘନ୍ୟ କାଣ୍ଡ ।ମଙ୍ଗଳବାର ସକାଳ ୧୦ଟା ସମୟରେ ୩ ଦୁର୍ବୁତ୍ତ ଗୋଟିଏ ମୋଟର ସାଇକଲରେ ଆସି ଛକ ଠାରେ ଥିବା ମା ପାଟଖଣ୍ଡା ଜୁଏଲାରି ମାଲିକ ସୁବାଷ ଚନ୍ଦ୍ର ଆଚାରୀ ଦୋକାନ ଖୋଲିବା ସମୟରେ ତାଙ୍କର ହାତକୁ ମାରଣାସ୍ତ୍ର ଦ୍ୱାରା ହାଣିବା ସହ ଗୁଳି ଫୁଟାଇ ସୁନା ଲୁଟ କରିଥିବା ଜଣା ପଡିଛି । ନିକଟରେ ଥିବା କିଛି ଲୋକ ସଙ୍ଗେ ସଙ୍ଗେ ବାଲିଗୁଡା ମେଡିକାଲ ରେ ଭର୍ତ୍ତୀ କରି ଚିକିତ୍ସା କରାଉଛନ୍ତି । ସୁନା ବେପାରୀ ସୁବାସ ଚନ୍ଦ୍ର ଆଚାରୀ ଘର ବାଲିଗୁଡ଼ା ନୁଆସାହି ରେ ଏବଂ ନେହେରୁ ଛକ ନିକଟରେ ତାଙ୍କ ଦୋକାନ ଅଛି । ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ପୋଲିସ ପହଞ୍ଚି ତଦନ୍ତ କରିବା ସହ ଦୁର୍ବୁତ୍ତ କୁ ଧରିବା ପାଇଁ ପିଛା କରିଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930