Indus Valley Times

ଷ୍ଟଡ଼ିଟୁର ପାଇଁ ସ୍କୁଲ ଛାତ୍ରଙ୍କୁ ନେଇ ଯାଉଥିବାବେଳେ ବସ ଦୁର୍ଘଟଣାଗ୍ରସ୍ତ, ୧୫ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଆଶଙ୍କା

 Breaking News

ଷ୍ଟଡ଼ିଟୁର ପାଇଁ ସ୍କୁଲ ଛାତ୍ରଙ୍କୁ ନେଇ ଯାଉଥିବାବେଳେ ବସ ଦୁର୍ଘଟଣାଗ୍ରସ୍ତ, ୧୫ ଜଣ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଆଶଙ୍କା

December 21
18:02 2022

ଇମ୍ଫାଲ,୨୧/୧୨: ଛାତ୍ରଛାତ୍ରୀଙ୍କୁ ନେଇଯାଉଥିବା ଦୁଇଟି ସ୍କୁଲ ବସ୍ ଓଲଟି ପଡିଛି। ଏଥିରେ ୧୫ ଜଣ ଛାତ୍ରଙ୍କର ମୃତ୍ୟୁ ଆଶଙ୍କା । ଅନେକ ଆହତ ହୋଇଛନ୍ତି। ମଣିପୁରର ନୋନି ଜିଲ୍ଲାରେ ଘଟିଛି ଏହି ଦୁର୍ଘଟଣା।
ଦୁଇଟି ବସ୍ରେ ଷ୍ଟଡି ଟୁର୍ ପାଇଁ ଛାତ୍ରଛାତ୍ରୀ ଯାଉଥିଲେ। ତେବେ ପାହାଡିଆ ଜିଲ୍ଲାର ଲୋଙ୍ଗସାଇ ଅଞ୍ଚଳରେ ହଠାତ୍ ବସ୍ ଦୁଇଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏଥିରେ ୧୦ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଇମ୍ଫାଲ ମେଡିସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁଇଟି ଥମ୍ବଲୁନ୍ ହାୟର ସେକେଣ୍ଡରୀ ସ୍କୁଲର ବୋଲି କୁହାଯାଉଛି। ଷ୍ଟଡି ଟୁର୍ ପାଇଁ ବସ୍ ଦୁଇଟି ଖୌପୁମ ଆଡକୁ ଯାଉଥିଲା। ପୁଲିସର କହିବା ମୁତାବକ, ଯେଉଁ ବସ୍ରେ ଛାତ୍ରଛାତ୍ରୀ ଥିଲେ ସେହି ବସ୍ର ଡ୍ରାଇଭର ଭାରସାମ୍ୟ ହରାଇଥିଲା। ଏହାପରେ ବସ୍ଟି ଦୁର୍ଘଟଣାର ଶିକାର ହୋଇଛି। ଏହି ବସ୍ ଯୋଗୁଁ ପଛରେ ଆସୁଥିବା ଅନ୍ୟ ବସ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେପଟେ ଏହି ଦୁର୍ଘଟଣା ନେଇ ମଣିପୁର ମୁଖମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930