Indus Valley Times

ସକାଳେ ଖାଲି ପେଟରେ ତୁଳସୀ ଖାଇବାର ରହିଛି ଅନେକ ଲାଭ: ଭଲ ହୋଇଥାଏ ଅନେକ ରୋଗ

 Breaking News

ସକାଳେ ଖାଲି ପେଟରେ ତୁଳସୀ ଖାଇବାର ରହିଛି ଅନେକ ଲାଭ: ଭଲ ହୋଇଥାଏ ଅନେକ ରୋଗ

ସକାଳେ ଖାଲି ପେଟରେ ତୁଳସୀ ଖାଇବାର ରହିଛି ଅନେକ ଲାଭ: ଭଲ ହୋଇଥାଏ ଅନେକ ରୋଗ
November 17
19:28 2021

ଭୁବନେଶ୍ୱର, ୧୭/୧୧ : ଧାର୍ମିକ ରୂପରେ ତୁଳସୀ ଗଛକୁ ବହୁତ ପବିତ୍ର ଭାବେ ଗ୍ରହଣ କରାଯାଏ। ଘରେ କିମ୍ବା ଅଗଣାରେ ତୁଳସୀ ଗଛ ଲଗାଇବା ଶୁଭ ମାନାଯାଏ। ଏହାକୁ ଘରେ ରଖିଲେ ଘରୁ ନକରାତ୍ମକ ପ୍ରଭାବ ଦୁରେଇ ସୁଖ ସମୃଦ୍ଧି ଆସିଥାଏ। ତୁଳସୀର ଧାର୍ମିକ ରୂପରେ ଯେମିତି ଗୁରୁତ୍ୱ ଅଛି ଆୟୁର୍ବେଦରେ ମଧ୍ୟ ତାର ମହତ୍ତ୍ୱ ରହିଛି।
ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ସକାଳେ ଖାଲି ପେଟରେ ତୁଳସୀ ଖାଇବା ବହୁତ ପ୍ରଭାବକାରୀ ହୋଇଥାଏ। ଏହା ଅନେକ ପୋଷକ ତତ୍ୱରେ ଭରପୁର। ତୁଳସୀ ଖାଇଲେ ଆମ ଶରୀରରେ ଛୋଟରୁ ବଡ଼ ରୋଗ ଭଲ ହୋଇଥାଏ ।
ତୁଳସୀରେ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଏହି ଗୁଣ ଆମ ପେଟ ସମ୍ବନ୍ଧୀୟ ସମସ୍ୟା ଯଥା ବଦବଜମି, ପେଟ ଜଳାପୋଡ଼ା,ଏସିଡିଟି ଭଳି ରୋଗକୁ ଦୁର କରିବାରେ ସାହାଯ୍ୟ କରେ । ଆମ ଶରୀରରେ ପିଏଚ୍ ସ୍ତରକୁ ସନ୍ତୁଳିତ ରଖିବାରେ ତୁଳସୀ ବହୁତ ପ୍ରଭାବି ହୋଇଥାଏ।
ଛାତି ପାଇଁ ବହୁତ ଲାଭଦାୟକ। ହଜମ ପାଇଁ ମଧ୍ୟ ବହୁତ ଲାଭଦାୟକ। ତୁଳସୀ ତ୍ୱଚାରେ ଚମକ ଆଣିବାରେ ପ୍ରଭାବଶାଳି। ଏହା ମାନସିକ ଚାପ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ତୁଳସୀ ସେବନ ଦ୍ୱାରା ଥଣ୍ଡା କାଶ ଦୁର ହୋଇଥାଏ।
ତୁଳସୀ ସେବନ ଦ୍ୱାରା ବହୁତ ରୋଗରୁ ମୁକ୍ତି ମିଳେ। ତୁଳସୀ ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ଉପକାରୀ । ଏହାଦ୍ୱାରା ଶ୍ୱାସକ୍ରିୟା ଦୁର୍ଗନ୍ଧରୁ ମଧ୍ୟ ମୁକ୍ତି ମିଳେ। ତୁଳସୀ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ ।
-ପ୍ରମେୟ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031