Indus Valley Times

ସକ୍ରିୟ ପଶ୍ଚିମା-ଝଡ଼ ପ୍ରଭାବରେ ୨୪ ତାରିଖରୁ ୩ ଦିନ ଧରି ରାଜ୍ୟରେ ଲାଗି ରହିବ ବର୍ଷା

 Breaking News

ସକ୍ରିୟ ପଶ୍ଚିମା-ଝଡ଼ ପ୍ରଭାବରେ ୨୪ ତାରିଖରୁ ୩ ଦିନ ଧରି ରାଜ୍ୟରେ ଲାଗି ରହିବ ବର୍ଷା

February 23
09:57 2022

ଭୁବନେଶ୍ୱର,୨୩/୨ : ବୁଧବାର ଉପକୂଳ ଓଡ଼ିଶାରେ ଝଡ଼ବର୍ଷା ସମ୍ଭାବନା ରହିଛି । ବର୍ତ୍ତମାନ ଆଫଗାନିସ୍ଥାନ ଏବଂ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସକ୍ରିୟ ପଶ୍ଚିମା-ଝଡ଼ ପ୍ରଭାବରେ ରାଜ୍ୟରେ ୨୪ରୁ ବର୍ଷା ଆରମ୍ଭ ହେବ ।
ସେହିପରି ୨୫ରେ ପୁଣି ପଶ୍ଚିମ-ହିମାଳୟ ଅଞ୍ଚଳରେ ସକ୍ରିୟ ହେବ ଆଉ ଏକ ପଶ୍ଚିମା ଝଡ଼ । ଯାହାର ପ୍ରଭାବରେ ୨୫ରେ ରାଜ୍ୟରେ ବର୍ଷା ବଢ଼ିବ । କିଛି ଜିଲ୍ଲାରେ ବିଜୁଳି ଓ ଘଡଘଡି ସମ୍ଭାବନା ରହିଛି ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏଚ୍. ଆର୍ ବିଶ୍ୱାସ କହିଛନ୍ତି, ୨୪ ତାରିଖରେ ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ । ୨୫ ତାରିଖରେ ଉତ୍ତର ଓଡ଼ିଶାର କେତେକ ଜିଲ୍ଲାରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ଦକ୍ଷିଣ ଓଡ଼ିଶାରେ ମଧ୍ୟ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡି ମାରିବାର ସମ୍ଭାବନା ରହିଛି ।
ତେଣୁ ଏହି ଜିଲ୍ଲା ଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ବୁଧବାର ଅପରାହ୍ଣରୁ ଉପକୂଳ ଓଡ଼ିଶାର କେତେକ ଜିଲ୍ଲା ଏବଂ ଏହାର ସଂଲଗ୍ନ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଝଡ଼ବର୍ଷା ହେବାର ସମ୍ଭାବନା ଅଛି ।
ଉଭୟ ବଙ୍ଗୋପସାଗର ଏବଂ ଆରବସାଗର ଆଡୁ ଓଡ଼ିଶା ଆଡ଼କୁ ମୁହାଁଉଥିବା ଆର୍ଦ୍ରତାର ବୃଦ୍ଧି ଯୋଗୁଁ ଦିନର ତାପମାତ୍ରା ବୃଦ୍ଧି ପାଇବ । ଯେଉଁ କାରଣରୁ ଏଭଳି ପାଗ ସୃଷ୍ଟି ହେବ ବୋଲି ଡ. ସାହୁ ଆକଳନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031