Indus Valley Times

ସତ୍ତା ରକ୍ଷିବା ସଙ୍କଟରେ ଓଡ଼ିଶା କଂଗ୍ରେସ

 Breaking News

ସତ୍ତା ରକ୍ଷିବା ସଙ୍କଟରେ ଓଡ଼ିଶା କଂଗ୍ରେସ

ସତ୍ତା ରକ୍ଷିବା ସଙ୍କଟରେ ଓଡ଼ିଶା କଂଗ୍ରେସ
December 11
21:59 2022

ସ୍ୱାଗତିକା ଭୂତିଆ
ସଦ୍ୟତମ ପଦ୍ମପୁର ଉପନିର୍ବାଚନରେ କଂଗ୍ରେସର ପରାଜୟ ନେଇ ଦଳ ଭିତରେ ଲାଗିଛି ନିଆଁ । କାହିଁକି ହାରିଲା କଂଗ୍ରେସ? ଏପ୍ରଶ୍ନ ଏବେ ରାଜ୍ୟ କଂଗ୍ରେସର କର୍ମୀମାନଙ୍କ ଭିତରେ ଦ୍ୱନ୍ଦ ସୃଷ୍ଟି କରିଛି । କଂଗ୍ରେସ ଭିତରେ ଦଳର କର୍ମୀ ପରସ୍ପରକୁ ସନ୍ଦେହ ଚକ୍ଷ୍ୟୁରେ ଦେଖିବା ଆରମ୍ଭ କରିଛନ୍ତି । ଖୋଦୟ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ କହିଛନ୍ତି କଂଗ୍ରେସ ଭିତରିଆ ଭାବେ ବିଜେଡି ସହିତ ଡିଲ୍ କରିଥିଲା । କଂଗ୍ରେସ ପାଇଁ ଯେଉଁମାନେ ପ୍ରଚାର ପାଇଁ ଯାଇଥିଲେ, ସେମାନେ କଂଗ୍ରେସ ପ୍ରାର୍ଥୀକୁ ଜିତାଇବା ପାଇଁ ନୁହେଁ, ବରଂ ହରାଇବା ପାଇଁ ଯାଇଥିଲେ । କଂଗ୍ରେସର କିଛି ନେତା ଦଲାଲ ଗିରି କରିଥିବା କହିଛନ୍ତି ସୁର ।
ବିରୋଧି ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି କଂଗ୍ରେସର କିଛି ନେତା ବିଜେଡି ସହିତ ଡିଲ୍ କରିଛନ୍ତି, କଂଗ୍ରେସର କିଛି ନେତା ବିଜେଡିକୁ ପଦ୍ମପୁରରେ ଜିତାଇବାକୁ ଚାହୁଁଥିଲେ । ଏନେଇ ମୋ ପାଖରେ ଭିଡ଼ିଓ ସିନା ନାହିଁ, ହେଲେ ମୁଁ କଂଗ୍ରେସ ଲୋକଙ୍କ ଠାରୁ ଶୁଣିଛି । ସତକୁ ସମସ୍ତେ ମାନିବେ ।
ପୁର୍ବରୁ କଂଗ୍ରେସ ଦଳ ଭିତରେ ଅନ୍ତଃକନ୍ଦଳ, ଦଳଭିତରେ କର୍ମିୀଙ୍କ ଏକତା ଓ ଆନ୍ତରିକତା ଅଭାବ ଥିବା ଯୋଗୁଁ କଂଗ୍ରେସ ବାରମ୍ବାର ଓଡ଼ିଶାରେ ନିର୍ବାଚନ ହାରୁଥିବା ଖୋଦ ଦଳର କିଛି ବରିଷ୍ଠ ନେତା କୁହୁଥିଲେ । ଏବେ କଂଗ୍ରେସର କିଛି କର୍ମୀ ବିଜେଡି ସହିତ ଡିଲ୍ କରୁଥିବା କଥା ମଧ୍ୟ ଦଳର ବରିଷ୍ଠ ନେତା କୁହୁଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ କଂଗ୍ରେସ ଆଗକୁ କିଭଳି ନିର୍ବାଚନ ଲଢ଼ିବ? କଂଗ୍ରେସ ଉପରେ ଯେଉଁ କିଛି ପ୍ରତିଶତ ଲୋକେ ବିଶ୍ୱାସ କରୁଥିଲେ ସେଇ ବିଶ୍ୱାସ କଂଗ୍ରେସ ବଜାୟୀ ରଖିପାରିବ ନି ବୋଲି ଚର୍ଚ୍ଚା ହେଉଛି ।
ଆଗାମୀ ୨୦୨୪ ନିର୍ବାଚନ ବେଳକୁ ଦଳ ରାଜ୍ୟରେ ସ୍ଥିତି ଆହୁରି ଶୋଚନୀୟ ହୋଇଯିବ ବୋଲି ସବୁ ମହଲରେ ଚର୍ଚ୍ଚା ହେଉଛି । ତେବେ ଦେଶର ସର୍ବପୁରାତନ କଂଗ୍ରେସ ଦଳ ପ୍ରଥମେ ସତାରେ ଥିଲା ପରେ ମୁଖ୍ୟ ବିରୋଧି ଦଳକୁ ଖସିଲା ଏବେ ବିରୋଧି ଆସନରୁ ତ ଖସିଛି, ହେଲେ ଏତେ ତଳକୁ ଖସିଛି ଯେ ନିର୍ବାଚନ ଲଢ଼ିବା ରେସ୍ ରେ ବି ନାହିଁ । ଏମିତି ବି ଆକଳନ କରାଯାଉଛି ଯେ ଆମ୍ ଅଦର୍ମୀ ପାର୍ଟି ଯଦି ଓଡ଼ିଶାରେ ନିର୍ବାଚନ ମଇଦାନକୁ ଓଲ୍ଲାଇବ ତେବେ କଂଗ୍ରେସକୁ ତୃତୀୟ ସ୍ଥାନ ବି ଛାଡିବାକୁ ପଡିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031