Indus Valley Times

ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେଡି ନେତାଙ୍କ ମୃତଦେହ

 Breaking News

ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ମିଳିଲା ବିଜେଡି ନେତାଙ୍କ ମୃତଦେହ

September 24
13:31 2022

ପୁରୀ,୨୪/୯: ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍ର ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଶନିବାର ଦିନ ସକାଳୁ ଭୁବନେଶ୍ୱର ସ୍ଥିତ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଧର୍ମେନ୍ଦ୍ରଙ୍କର ମୃତଦେହ ଉଦ୍ଧାର କରାଯାଇଛି। କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ତାହା ଜଣାପଡ଼ିନି। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ମଧ୍ୟ କିଛି ସ୍ପଷ୍ଟ ହୋଇନାହିଁ। ଆତ୍ମହତ୍ୟା କରିଥିବା ସ୍ଥଳରୁ ବିଡାଏ ପାଞ୍ଚ ଶହ ଟଙ୍କା ମିଳିଥିବା ଜଣାଯାଇଛି। ଏହି ଅର୍ଥର ପରିମାଣ ୩୬ ହଜାର ଟଭ୍କା ବୋଲି ଜଣାଯାଇଛି। ଏବେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସବୁଠାରୁ ବଡ଼ କଥା, ମୃତ୍ୟୁର ୪ ଘଣ୍ଟା ପୂର୍ବରୁ ଧର୍ମେନ୍ଦ୍ରଙ୍କର ଫେସ୍ବୁକ୍ ପେଜ୍ରେ ପୋଷ୍ଟ ହୋଇଥିବା ଏକ ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯେଉଁଥିରେ ଲେଖା ହୋଇଛି- ‘ମୋ ଫୋନ୍ ଦୁଇଟାରେ ସବୁ ଭିଡିଓ ରହିଛି, ତାକୁ ଲୋକଲୋଚନକୁ ଆଣିବେ’। ତେଣୁ ତାଙ୍କ ମୃତ୍ୟୁ ସହ ଏହି ପୋଷ୍ଟର କଣ ସମ୍ପର୍କ ରହିଛି ? ଫୋନ୍ରେ ତାଙ୍କର କେଉଁ ଦୁଇଟି ଭିଡିଓ ରହିଛି, ତାକୁ ନେଇ ସସ୍ପେନ୍ସ ସୃଷ୍ଟି ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031