Indus Valley Times

ସବସିଡି ନାଁରେ କୋଟି କୋଟି ଟଙ୍କା ଲୁଟ୍, ୨ ଠକଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ

 Breaking News

ସବସିଡି ନାଁରେ କୋଟି କୋଟି ଟଙ୍କା ଲୁଟ୍, ୨ ଠକଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ

ସବସିଡି ନାଁରେ କୋଟି କୋଟି ଟଙ୍କା ଲୁଟ୍, ୨ ଠକଙ୍କୁ ବାନ୍ଧିଲା ଇଓଡବ୍ଲ୍ୟୁ
April 07
15:28 2022

ଭୁବନେଶ୍ୱର, ୭/୪: କୃଷି ଯନ୍ତ୍ରପାତି ତିଆରି ଓ ଯୋଗାଣ ନାଁରେ ବଡ଼ ଧରଣର ଠକେଇ। କୃଷି ଉପକରଣ ସବ୍ସିଡି ବାବଦରେ ୬ କୋଟି ୮୧ ଲକ୍ଷ ଠକେଇ ହୋଇଥିବା ଅଭିଯୋଗ ଆସିଛି। ଜଗତସିଂହପୁର ତରଡ଼ପଡ଼ାରେ କମ୍ପାନୀ ଖୋଲି ସବ୍ସିଡି ଟଙ୍କା ଠକେଇ କରିଥିବା ଅଭିଯୋଗରେ ୨ ଭାଇ ମାନସ ରଂଜନ ଦାଶ ଓ ତାପସ ରଂଜନ ଦାଶଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା।
ଏହି ଦୁଇ ଭାଇ କରିଥିବା କଂପାନିରେ ନା ପ୍ରସ୍ତୁତ ହେଉଥିଲା କୃଷି ଉପକରଣ ମେସିନ, ନା ବିକ୍ରି ହେଉଥିଲା। କେବଳ ମିଛ ବିଲ୍ ଓ ଦସ୍ତାବିଜରେ କୃଷି ଉପକରଣ ବିକ୍ରି କରାଯାଇଥିବା ଦର୍ଶାଇ ସରକାରୀ ସବସିଡି ଟଙ୍କା ହଡ଼ପ କରୁଥିଲେ ଏମାନେ। କିଛି ଚାଷିଙ୍କ ନାଁରେ ବିଲ୍ କରି ମିଛରେ କୃଷି ଉପକରଣ ବିକ୍ରି କରୁଥିଲେ ଦୁଇଭାଇ। ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଊଈଞ ଜରିଆରେ ଯାଉଥିବା ସବ୍ସିଡି ଅର୍ଥ ସଂପୂର୍ଣ୍ଣ ଉଠାଇବାକୁ କହିବା ସହ ତାଙ୍କୁ କିଛି ଟଙ୍କା ଦେଇ ବାକି ଟଙ୍କା ନେଇଯାଉଥିଲେ।
ତଦନ୍ତ ବେଳେ ଏସବୁ ତଥ୍ୟ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ତଥା ଇଓଡବ୍ଲ୍ୟୁ। ରାଜ୍ୟର ୧୯ଟି ଜିଲ୍ଲାରୁ କୃଷି ଉପକରଣ ସବ୍ସିଡି ଟଙ୍କା ଏମାନେ ଠକିଥିବା ଅଭିଯୋଗ ରହିଛି। ଜଗତସିଂହପୁର, ଯାଜପୁର, ବାଲେଶ୍ୱର, କଳାହାଣ୍ଡି ଆଦି ଜିଲ୍ଲାରେ ଜାଲ କାଗଜପତ୍ର ଓ ରସିଦ ଦେଇ ଏମାନେ ଠକେଇ କରୁଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031