Indus Valley Times

ସମଗ୍ର ରାଜ୍ୟରେ କନ୍ଧମାଳ ଜିଲ୍ଲାର ଗୌରବ : ଆଇଟିଡିଏ ର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟରେ ପ୍ରଥମ

 Breaking News

ସମଗ୍ର ରାଜ୍ୟରେ କନ୍ଧମାଳ ଜିଲ୍ଲାର ଗୌରବ : ଆଇଟିଡିଏ ର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟରେ ପ୍ରଥମ

April 20
20:18 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୨୦/୪:କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ଆଇଟିଡିଏ ରାଜ୍ୟରେ ଥିବା ୨୨ଗୋଟି ଆଇଟିଡିଏ ମଧ୍ୟରେ ଫୁଲବାଣୀ ଆଇଟିଡିଏ ହାସଲ କରିଛି ପ୍ରଥମ ସ୍ଥାନ । ଚଳିତବର୍ଷ ଜିଲ୍ଲା ପାଇଁ ଆଣିଦେଇଛି ଗୌରବ । ଫୁଲବାଣୀ, ଖଜୁରୀପଡ଼ା ଓ ଫିରିଙ୍ଗିଆ ବ୍ଲକକୁ ନେଇ ଫୁଲବାଣୀ ଆଇଟିଡିଏ ଗଠିତ ।
ଏହି ୩ଟି ବ୍ଳକର ଆଦିବାସୀ ମାନଙ୍କ ଜିବନ ଜୀବିକା ରେ ଉନ୍ନତି ଆଣିବା ସହ ସେମାନଙ୍କ ଜୀବନଶୈଳୀରେ ଯଥେଷ୍ଟ ପରିବର୍ତ୍ତନ ଆଣିପାରିଛି ।
ବିଭିନ୍ନ ଗ୍ରାମରେ ଥିବା ଗରୀବ ନାମ ମାତ୍ର ଚାଷୀଙ୍କୁ ଚିହ୍ନଟ କରି ସେମାନଙ୍କ ପଡିଆ ପଡିଥିବା ଜମିକୁ ମରାମତି କରିବାସହ ଚାଷ ପାଇଁ ମାଗଣାରେ ଉନ୍ନତ ଧରଣର ବିହନ ପ୍ରଦାନ, ପାଣି ପମ୍ପ ସମେତ ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତି ପ୍ରଦାନ ସାଙ୍ଗକୁ ବିଭିନ୍ନ ପ୍ରକାର ଧାନ ଓ ପନିପରିବା ଚାଷ ସମ୍ବନ୍ଧୀୟ ତାଲିମ ପ୍ରଦାନ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିଛି ।
ଏଥିସହ ମହିଳା ଏସଏଚଜି ଗଠନ କରି ଶତାଧିକ ଆଦିବାସୀ ମହିଳାଙ୍କୁ କୁକୁଡା, ମାଛ ଚାଷ, ଛେଳୀ ପାଳନ ପାଇଁ ପ୍ରୋସାହନ ଯୋଗାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରି ସଫଳତା ହାସଲ କରିଥିବାରୁ ଏହି ଆଇଟିଡିଏକୁ ସରକାର ପୁରସ୍କୃତ କରିଛନ୍ତି । ରାଜ୍ୟ ସରକାର ମାନପତ୍ର ସହ ପୁରସ୍କାର ରାଶି ବାବଦରେ ୧୦ ଲକ୍ଷ ଟଙ୍କା ମଧ୍ୟ ପ୍ରଦାନ କରିଛନ୍ତି ।
ଜିଲ୍ଲାପାଳ ତଥା ଆଇଟିଡିଏ ଅଧ୍ୟକ୍ଷ ଡା. ବୁନ୍ଦା ଡି.ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରୀକତା ଓ ଉଚିତ ମାର୍ଗଦର୍ଶନ ସାଙ୍ଗକୁ ପ୍ରକଳ୍ପ ପ୍ରଶାସକଙ୍କ କଠିନ ପରିଶ୍ରମ ଓ ଆଗ୍ରହ, ବିଶେଷକରି ସଠିକ ପରିଚାଳନା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ପୁରସ୍କାର ପାଇବାପରେ ପ୍ରକଳ୍ପ ପ୍ରଶାସକଙ୍କ ନିକଟକୁ ବିଭିନ୍ନ ସ୍ତରରୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031