Indus Valley Times

ସମାଜସେବା ନିମନ୍ତେ ଗ୍ରାମ୍ୟନେତୃତ୍ୱ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

 Breaking News

ସମାଜସେବା ନିମନ୍ତେ ଗ୍ରାମ୍ୟନେତୃତ୍ୱ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ

October 24
19:35 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୪/୧୦: ସ୍ତାନୀୟ ସଭାଗୃହଠାରେନିଜ ଅଂଚଳରେ ନିଃସ୍ୱାର୍ଥପର ସମାଜସେବାପ୍ରଦାନକରିଥିବା ଗ୍ରାମ୍ୟଗୋଷ୍ଠି ନେତୃତ୍ୱ ବୃନ୍ଦଙ୍କୁ ଓଡିଶା ଲୋକମଂଚ ଆୟୋଜନରେ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥୀ ଭାବେ ବିଧାୟକ ଚକ୍ରମଣି କହଁର,ସମ୍ମାନିତ ଅତିଥୀ ଭାବେ ବିଜେପିର ଜିଲ୍ଲାସଭାପତି ଜଗନ୍ନାଥ ସାହୁ,ବିଡିଓ ଅଚ୍ୟୁତାନନ୍ଦ ଜାନୀ,ଅତିରିକ୍ତ ଜିଲ୍ଲାପାଳ ଧିରଜ ପାତ୍ର,ଏସିଏଫଓ ମନୋରଂଜନ ବାଘ, ଓଡିଶା ଲୋକମଂଚର ୟୁନିଟ ହେଡ ବ୍ଲାଶିଷ୍ଟ, ଲୋକମଂଚର ସଂଯୋଜକ ଜୟନ୍ତ କୁମାର ପାତ୍ର,ସାହାରର ଶୁକାନ୍ତ ନାୟକ,ହାଇହୋପର ସମ୍ପାଦକ ଲିଙ୍ଗରାଜ ପ୍ରଧାନ.ଉଲ୍ଲାଶ ଚନ୍ଦ୍ର ମୁଦୁଲି,ପିଏଜିର ଆବାହକ ହରିଶଙ୍କର ରାଉତ ପ୍ରମୁଖ ମଂଚାସୀନ ଥିବା ବେଳେ ସ୍ୱାଗତ ଭାଷଣ ଓ ଅତିଥୀ ପରିଚୟ ଶାନ୍ତମୈତ୍ରୀର ସମ୍ପାଦକ ଭଗବାନ ଜେନା କରିଥିଲେ ।
ଏଥିରେ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଗ୍ରାମଲୋକଙ୍କୁ ନେଇ ବେସରକାରି ଅନୁଷ୍ଠାନ ମାନଙ୍କ ଦ୍ୱାରା ଲୋକଙ୍କ ପାଖରେ ସମସ୍ତ ଯୋଜନା ପହଁଚାଇବା ଓ ଅବହେଳିତ ଲୋକଙ୍କ ନିମନ୍ତେଜୀବନଜିବିକା ପରିବର୍ତନ ପାଇଁ ଏହି ଅନୁଷ୍ଠାନ ଗୁଡାକ ବୋହୁତ କାର୍ଯ୍ୟ କରିଛନ୍ତି ଓ ଗ୍ରାମର ଅଂଚଳର ବିକାଶ ନିମନ୍ତେ ଗ୍ରାମର କିଛି ବ୍ୟକ୍ତ ବିଶେଷ ଯେଉଁମାନେ ଗ୍ରାମର ଲୋକଙ୍କ ପାଇଁ ଗତ ୯ବର୍ଷଧରି କାର୍ଯ୍ୟ କରିଆସୁଛନ୍ତି ସେମାନଙ୍କୁ ଆଗକୁ ନେବାକୁ ପ୍ରୟାସ କରିଛନ୍ତି ଆଗକୁମଧ୍ୟ କରିବେ ସେହିଭଳି ବ୍ୟକ୍ତବିଶେଷଙ୍କୁ ସମ୍ମାନିତ କରିବା ସହ ପୁରଷ୍କୃତ କରାଯାଇଛି ।
ଶାନ୍ତିମୈତ୍ରୀ ବାଲିଗୁଡା,ହାଇହୋପ ସୋସାଇଟି କୃତମଗଡ,ଓସିଅ୍ଧବ ତୁମୁଡିବନ୍ଧ ଓ ସାହାରା ରାଇକିଆ ଅନୁଷ୍ଠାନ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930