Indus Valley Times

ସମ୍ବାଦପତ୍ର ସତ୍ୟର ସନ୍ଧାନ ଓ ଟାଇମ୍ସ ନିଉଜ ଇଣ୍ଡିଆ ନିଉଜ ଚାନେଲ କାର୍ଯ୍ୟାଳୟର ଉଦ୍ଘାଟନି ସମାରୋହ

 Breaking News

ସମ୍ବାଦପତ୍ର ସତ୍ୟର ସନ୍ଧାନ ଓ ଟାଇମ୍ସ ନିଉଜ ଇଣ୍ଡିଆ ନିଉଜ ଚାନେଲ କାର୍ଯ୍ୟାଳୟର ଉଦ୍ଘାଟନି ସମାରୋହ

August 08
12:42 2022

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ
ନୟାଗଡ଼, ୮/୮ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର ମହିପୁରଠାରେ ମାସିକ ଓଡ଼ିଆ ସମ୍ବାଦ ପତ୍ରସତ୍ୟର ସନ୍ଧାନ ଓ ଟାଇମ୍ସ ନିଉଜ ଇଣ୍ଡିଆ” ନିଉଜ ଚାନେଲର କାର୍ଯ୍ୟାଳୟ ତା ୬/୮/୨୨ ରିଖ ଶନିବାର ଦିନ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି।
ଏହି ସମ୍ବାଦ ପତ୍ର ର ଯୁବ ଜିଲ୍ଲା ପ୍ରତିନିଧି ଯଶୋବନ୍ତ ଦାସ ଙ୍କ ସଭାପତିତ୍ବ ରେ ଆୟୋଜିତ ଉଦଘାଟନୀ ଉତ୍ସବରେ ନୂଆଗାଁ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ସମାଜସେବୀ ଶଙ୍କର୍ଷଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ସମାଜ ପାଇଁ ଗଣମାଧ୍ୟମ ର ଭୂମିକା , ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଉଲ୍ଲେଖ କରିବା ସହ”ସତ୍ୟର ସନ୍ଧାନ” ସମ୍ବାଦ ପତ୍ରର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ।
ସମ୍ମାନିତ ଅତିଥି ଭାବେ ଟାଇମ୍ସ ନିଉଜ ଇଣ୍ଡିଆ ର ସମ୍ପାଦକ ମିର୍ଜା ରିଜୁଆନ ବେଗ,ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡ଼ିଆ ସଂଘ ର ସଭାପତି ଅନୱାର ଅଲ୍ଲୀ,ମହିପୁର ପଞ୍ଚାୟତ ସରପଞ୍ଚ ତ୍ରିନାଥ ବେହେରା,ମହିପୁର କୋ ଅପରେ ଟିଭ ବ୍ୟାଙ୍କ ମ୍ୟାନେଜର ସରୋଜ କୁମାର ସାହାଣୀ,ମାଇଛେଳି ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଦାଶରଥି ପ୍ରଧାନ, ସାମ୍ବାଦିକ ପ୍ରଦୀପ୍ତ କୁମାର ସାହୁ ନୟାଗଡ଼ ଜିଲ୍ଲା ଡିଜିଟାଲ ମିଡ଼ିଆ ସଂଘ ର ସମ୍ପାଦକ କିଶୋର କୁମାର ମହାପାତ୍ର,ନୂଆଗାଁ ବ୍ଲକ ଡିଜିଟାଲ ମିଡିଆ ସଂଘ ର ସଭାପତି ଶିବଦତ୍ତ ପାତ୍ର ସାମ୍ବାଦିକ ଜୟନ୍ତ ମିଶ୍ର,ବିଶ୍ବଭୂଷଣ ମହାପାତ୍ର,ଦିବ୍ୟରଞ୍ଜନ ନାୟକ,ବିକ୍ରମ ସ୍ବାଇଁ,ପ୍ରମୋଦ କୁମାର ନାୟକ,ବିକ୍ରମ କେଶରୀ ନାୟକ,
ହୃଦୟାନନ୍ଦ ସାସମଲ,ଦିନମଣି ମହାନ୍ତି,ପ୍ରମୁଖ ବ୍ଲକ ଓ ଜିଲ୍ଲା ସ୍ତରୀୟ ସାମ୍ବାଦିକଙ୍କ ସମେତ ଜିଲ୍ଲାର ଜଣାଶୁଣା ସମାଜସେବୀ ଦାମୋଦର ସାହୁ,ନାରଦ ଅଭିନୟ କରି ଲୋକଙ୍କ ପ୍ରୀୟଭାଜନ ହୋଇଥିବା ନାଟ୍ୟ ଅଭିନେତା ପାପୁନ ପ୍ରଧାନ , ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ।ଯୁବ ସାମ୍ବାଦିକ ଜିତୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ସାମ୍ବାଦିକ କିଶୋର ମହାପାତ୍ର “ସତ୍ୟର ସନ୍ଧାନ\” ସମ୍ବାଦପତ୍ର ର ଜିଲ୍ଲା ପ୍ରତିନିଧି ଙ୍କୁ ସ୍ଵାଗତ କରିବା ସହ ଉପସ୍ଥିତ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031