Indus Valley Times

ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ୬୦% ମତଦାନ,୨୩ ସ୍ଥାନରେ ହେଲାନି

 Breaking News

ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ୬୦% ମତଦାନ,୨୩ ସ୍ଥାନରେ ହେଲାନି

ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ; ୬୦% ମତଦାନ,୨୩ ସ୍ଥାନରେ ହେଲାନି
February 16
15:45 2022

ଭୁବନେଶ୍ୱର,୧୬/୨: ଗୋଟିଏ ଦୁଇଟି ସ୍ଥାନରେ କାଁଭାଁ ଗଣ୍ଡଗୋଳର ଖବର ଆସିଥିଲେ ବି ମୋଟାମୋଟି ଭାବେ ବହୁପ୍ରତୀକ୍ଷିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୨୨ର ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ସୁଚାରୁରୂପେ ଶେଷ ହୋଇଛି।
ଏଣେ କିଛି ଜାଗାରେ ଲୋକେ ଭୋଟ୍ ବର୍ଜନ କରିଥିବାର ସୂଚନା ବି ମିଳିଛି। ତେବେ ଲୋକେ ଧାଡ଼ିରେ ଠିଆ ହୋଇ ମତଦାନ କରୁଥିବାର ଦେଖିବାକୁ ମିଳୁଛି। ଆଜି ସକାଳ ୭ଟା ବେଳେ ମତଦାନ ଆରମ୍ଭ ହୋଇଥିଲା।
ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ପ୍ରଥମ ପର୍ଯ୍ୟାୟରେ ୨୩ଟି ସ୍ଥାନରେ ମତଦାନ ବନ୍ଦ ରହିଥିବା ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି ।
୨୩ଟି ସ୍ଥାନ ମଧ୍ୟରୁ ଗୋଟିଏ ଜିଲ୍ଲା ପରିଷଦ, ୬ଟି ସରପଞ୍ଚ ପଦବୀ, ୩ଟି ପଞ୍ଚାୟତ ସମିତି ସଭ୍ୟ, ୧୩ଟି ଓ୍ବାର୍ଡମେମ୍ବର ପଦବୀରେ ନିର୍ବାଚନ ବନ୍ଦ ହୋଇଛି । ଆଉ ୪ ପର‌୍ୟ୍ୟାୟ ମତଦାନ ବାକିଥିବା ବେଳେ ଉକ୍ତ ସମୟରେ ବନ୍ଦ ହୋଇଥିବା ସ୍ଥାନରେ ମଧ୍ୟ ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସୂତ୍ରରୁ ପ୍ରକାଶ ।
ସୂଚନାଯୋଗ୍ୟ, ବୁଧବାରପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଞ୍ଚାୟତର ୬୭ଲକ୍ଷ ୫୧ହଜାର ମତଦାତା ୨୨୩୭୯ଟି ବୁଥ୍ରେ ଲୋକେ ସେମାନଙ୍କ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟଙ୍କୁ ବାଛିଛନ୍ତି।
ପୂର୍ବାହ୍ନ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୧ଟା ଯାଏଁ ଜାରି ରହିଥିଲା। ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି ହୋଇଛି, ପୁଲିସ ନଜର ରଖିଥିଲା। ଶାନ୍ତିଶୃଙ୍ଖଳା ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ କୋଭିଡ-୧୯ କଟକଣାକୁ ପାଳନ କରାଯାଇଥିଲା।
ମତଦାନ ପାଇଁ ବୁଥ ଗୁଡ଼ିକରେ ସକାଳୁ ମତଦାତାଙ୍କ ଆଗମନ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ମତଦାତା ଯେପରି ଶୃଙ୍ଖଳିତ ଭାବେ ଭୋଟ ଦେଇପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031