Indus Valley Times

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଲୁଗା ଦୋକାନରେ ଥିବା ସାମଗ୍ରୀ

 Breaking News

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଲୁଗା ଦୋକାନରେ ଥିବା ସାମଗ୍ରୀ

December 29
10:52 2022

ଭଦ୍ରକ,୨୯/୧୨: ଭଦ୍ରକ ଥାନା ଛକରେ ଥିବା ସୁଭଦ୍ରା ଲୁଗା ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ନିଆଁରେ ଲକ୍ଷାଧିକ ଟଙ୍କାର ଲୁଗାପଟା, ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି।ୟଗ୍ଦ ଭଚ୍ଚ
ଆଜି ଭୋରରୁ ଲୁଗା ଗୋଦାମରେ ନିଆଁ ଲାଗିଯାଇଥିଲା। ଲୁଗା ଗୋଦାମରେ ଧୁଆଁ ବାହାରୁଥିବା ଲୁଗା ଦୋକାନ ମାଲିକ ଦେଖିଥିଲେ। ଏନେଇ ଲୁଗା ଦୋକାନୀ ମାଲିକ ଦମକଳ ବାହିନୀକୁ ଖବର ଦେଇଥିଲେ। ୨ଟି ଦମକଳ ବାହିନୀ ଆସି ନିଆଁ ଲିଭାଇଥିଲେ। ନିଆଁ ଚାରିଆଡକୁ ବ୍ୟାପି ଯିବାରୁ ଲୁଗା ଗୋଦାମରେ ଥିବା ଲକ୍ଷାଧିକ ଟଙ୍କାର ଲୁଗା ପୋଡ଼ି ନଷ୍ଟ ହୋଇଯାଇଥିଲା। ଲୁଗା ଗୋଦାମରେ କିପରି ନିଆଁ ଲାଗିଲା ତାର କାରଣ ଜଣାପଡ଼ି ନାହିଁ। ତେବେ ସର୍ଟସର୍କିଟ ଯୋଗୁ ନିଆଁ ଲାଗି ଥିବା ସନ୍ଦେହ କରାଯାଉଛି। ଲୁଗା ଗୋଦାମଟି ତଳ ମହଲରେ ଥିବା ବେଳେ ମାଲିକ ଉପର ମହଲାରେ ରହୁଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031