Indus Valley Times

ସର୍ବଭାରତୀୟ ମାନବାଧିକାର ସଙ୍ଗଠନରେ ଯୋଗଦେଲେ ପାଞ୍ଚ ଜଣ ସଦସ୍ୟ

 Breaking News

ସର୍ବଭାରତୀୟ ମାନବାଧିକାର ସଙ୍ଗଠନରେ ଯୋଗଦେଲେ ପାଞ୍ଚ ଜଣ ସଦସ୍ୟ

ସର୍ବଭାରତୀୟ ମାନବାଧିକାର ସଙ୍ଗଠନରେ ଯୋଗଦେଲେ ପାଞ୍ଚ ଜଣ ସଦସ୍ୟ
September 25
20:40 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୫/୯ : ସର୍ବଭାରତୀୟ ମାନବାଧିକାର ସଙ୍ଗଠନ ରେ ପାଞ୍ଚ ଜଣ ନୂତନ ସଦସ୍ୟ ଶ୍ରୀମତୀ ହୀରମ୍ୟ ଦାସ, ମହେନ୍ଦ୍ର ବାରିକ, ଡା. କାଜି ଜଉଇଏଫ ଇସଲାମ, ଡା . ପୁନମ ମହାନ୍ତି, ଅମୀତା ପ୍ରିୟଦର୍ଶିନୀ ଯୋଗ ଦେଇଛନ୍ତି। ସେମାନଙ୍କୁ ସଂସ୍ଥା ତରଫରୁ ପରିଚୟପତ୍ର ପ୍ରଦାନ କରାଯିବା ସହ ମାନପତ୍ର ପ୍ରଦାନ କରାଯାଇଥିଲା ଏବଂ ସଂସ୍ଥାର ନିୟମ ସମ୍ପର୍କରେ ଅବଗତ କରାଯାଇଥିଲା।
ଏହି ସଭାରେ ଜିଲ୍ଲା ମୁଖ୍ୟ ଡ. ପ୍ରୀତମ ମହାପାତ୍ର ଖଣ୍ଡପଡ଼ା ଉପଖଣ୍ଡ ମୁଖ୍ୟ ପ୍ରଦିପ୍ତ କିଶୋର ମିଶ୍ରଙ୍କୁ ଜିଲ୍ଲା ମୁଖପାତ୍ର ଭାବେ ଅତିରିକ୍ତ ଦାୟିତ୍ବ ପ୍ରଦାନ କରିଥିଲେ। ଏହି ସଭାରେ ଆଗାମୀ ଗାନ୍ଧୀ ଜୟନ୍ତୀ ଅବସରରେ ମାଗଣା ସ୍ବାସ୍ଥ୍ୟ ସେବା ପରାମର୍ଶ ଶିବିର ଅନୁଷ୍ଠିତ ହେବାପାଇଁ ସ୍ଥିର ହୋଇଥିଲା।
ଏହି ଶିବିରରେ ଆକ୍ୟୁପେସନ ଥେରାପି , ଫିଜିଓ ଥେରାପି , ବାକ ଏବଂ ଶ୍ରବଣ ସମସ୍ୟା, ମାନସିକ, କୃତ୍ରିମ ଅଙ୍ଗ, ସମ୍ବନ୍ଧୀୟ ପରାମର୍ଶ ଅଭିଜ୍ଞ ଚିକିତ୍ସକ ମାନଙ୍କ ଦ୍ଵାରା ମାଗଣେ ରାଜବଗିଚା ସ୍ଥିତ ଜିଲ୍ଲାମୁଖ୍ୟ କାର୍ଯ୍ୟାଳୟ ଠାରେ ଦିଆଯିବା ପାଇଁ ସଂସ୍ଥା ତରଫରୁ ଘୋଷଣା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031