Indus Valley Times

ସର୍ବୋଚ୍ଚ ବନ୍ୟା ଅତିକ୍ରମ କରିବା ପରେ ଜଳସ୍ତର କମିଛି, ୫୦ଟି ଘଳିଆ ଓ ୫ଟି ଘାଇ ମରାମତି ହୋଇଛି : ସର୍ବୋଚ୍ଚ ଯନ୍ତ୍ରୀ

 Breaking News

ସର୍ବୋଚ୍ଚ ବନ୍ୟା ଅତିକ୍ରମ କରିବା ପରେ ଜଳସ୍ତର କମିଛି, ୫୦ଟି ଘଳିଆ ଓ ୫ଟି ଘାଇ ମରାମତି ହୋଇଛି : ସର୍ବୋଚ୍ଚ ଯନ୍ତ୍ରୀ

ସର୍ବୋଚ୍ଚ ବନ୍ୟା ଅତିକ୍ରମ କରିବା ପରେ ଜଳସ୍ତର କମିଛି, ୫୦ଟି ଘଳିଆ ଓ ୫ଟି ଘାଇ ମରାମତି ହୋଇଛି : ସର୍ବୋଚ୍ଚ ଯନ୍ତ୍ରୀ
August 17
16:04 2022

ଭୁବନେଶ୍ୱର,୧୭/୮: ମୁଣ୍ଡଳିରେ ଜଳସ୍ତର ଏବେ କମିବାରେ ଲାଗିଛି। ତଥାପି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ମହାନଦୀ । ତେବେ ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ପର‌୍ୟ୍ୟନ୍ତ ବନ୍ୟା ସ୍ଥିତି ସମାନ ଭାବେ ବଳବତ୍ତର ରହିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର।
ଏନେଇ ସେ କହିଛନ୍ତି, ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୬.୪୭ ଫୁଟ୍ ରହିଛି। ହୀରାକୁଦର ୪୦ଟି ଗେଟ୍ ଦେଇ ଏବେ ବନ୍ୟା ଜଳ ନିଷ୍କାସିତ ହେଉଛି।
ଡ୍ୟାମ୍କୁ ୬ ଲକ୍ଷ ୨୪ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୬ ଲକ୍ଷ ୮୧ ହଜାର କ୍ୟୁସେକ୍ ଜଳ। ହୀରାକୁଦର ଅଧିକ ଗେଟ୍ ଖୋଲାଯିବ କି ନାହିଁ ପରିସ୍ଥିତି ଦେଖି ସେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ବିଜୟ ମିଶ୍ର।
ଖଇରମାଳରେ ଏବେ ୯ ଲକ୍ଷ ୮୪ ହଜାର କ୍ୟୁସେକ ପାଣି ପ୍ରବାହିତ ହେଉଛି। ତାହା ବରମୁଳ ଆସିବାକୁ ୧୨ ଘଣ୍ଟା ଓ ମୁଣ୍ଡଳି ଆସିବାକୁ ଆଉ ୧୨ ଘଣ୍ଟା ଲାଗିବ । ତେଣୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ ।
ମୁଣ୍ଡଳିରେ ଏବେ ଜଳସ୍ତର ଖସିବାକୁ ଲାଗିଛି। ଆଜି ଦିନ ୯ଟା ସୁଦ୍ଧା ମୁଣ୍ଡଳିରେ ୧୧.୭୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି। ହୀରାକୁଦ ପାଣି ଆସନ୍ତାକାଲି ମୁଣ୍ଡଳିରେ ପହଞ୍ଚିବ । ସେତେବେଳେ ମୁଣ୍ଡଳିରେ ଜଳସ୍ତର ୧୦ ଲକ୍ଷ କ୍ୟୁସେକରୁ କମ୍ ଥିବ ବୋଲି ଆକଳନ କରାଯାଉଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।
ବିଭିନ୍ନ ନଦୀରେ ଜଳସ୍ତର ବିପଦସଙ୍କେତ ଉପରେ ଥିବା ବେଳେ ୫ଟି ସ୍ଥାନରେ ଘାଇ ହୋଇଛି ବୋଲି କହିଲେ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ବଡ଼ମ୍ବା-ନରସିଂହପୁର ନିକଟ ମହାନଦୀ, ଲୁଣା ଓ ମକରା ନଦୀରେ ଘାଇ ହୋଇଥିବା ବେଳେ । କାଣୀ, ରାଜୁଆ ସହ ଆଜି କୁଶଭଦ୍ରାରେ ଘାଇ ହୋଇଛି। ଜଳପ୍ରବାହ କମିବା ପରେ ଘାଇଗୁଡ଼ିକର ମରାମତି ଆରମ୍ଭ ହେବ ।
ଏହାବାଦ ପ୍ରାୟ ୫୦ଟି ନଦୀ ବନ୍ଧ ଘଳିଆକୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରାଯାଇଛି। ଗତ ରାତି ସାରା ଉଚ୍ଚପଦସ୍ଥ ଅଧିକାରୀ ବିଭିନ୍ନ ସ୍ଥାନ ପରିଦର୍ଶନ କରି ଘଳିଆ ବନ୍ଦ କରିଛନ୍ତି। ନଚେତ ପରିସ୍ଥିତି ଅଧିକ ଗମ୍ଭୀର ହୋଇଥାଆନ୍ତା ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031