Indus Valley Times

ସାଇବର ଅପରାଧ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ମାଣ ହେଉଛି ଏକ କ୍ଷୁଦ୍ର ଚଳଚ୍ଚିତ୍ର

 Breaking News

ସାଇବର ଅପରାଧ ରୋକିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ମାଣ ହେଉଛି ଏକ କ୍ଷୁଦ୍ର ଚଳଚ୍ଚିତ୍ର

April 20
15:41 2022

ଭୁବନେଶ୍ୱର ୨୦/୪ : ସାଇବର ଅପରାଧ ରୋକିବାକୁ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ । ତଥାପି ଥମୁନି ସାଇବର ଠକେଇ । ଲୋକଙ୍କୁ ଅଧିକ ସଚେତନ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ମାଣ ହେଉଛି ଏକ କ୍ଷୁଦ୍ର ଚଳଚ୍ଚିତ୍ର, ଯାହାର ଆଜି ଶୁଭ ମହୁରତ ହୋଇଛି।
ତେବେ ଫିଲ୍ମରେ ଓଲିଉଡ଼ ଅଭିନେତା ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ ବସନ୍ତ ସାହୁ ଏହାର ନିର୍ଦ୍ଦେଶନା ଦେଇଛନ୍ତି ।
ଆଜିର ଏହି ମହୁରତ ଉତ୍ସବରେ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶକ ସଞ୍ଜୀବ ଫଣ୍ଡା, ଆଇଜି ଅମିତେନ୍ଦ୍ର ସିହ୍ନା ଓ ଡିଆଇଜି ଜେ. ଏନ୍ ପଙ୍କଜଙ୍କ ସହ ବହୁ ବରିଷ୍ଠି ଅଧିକାରୀ ଉପସ୍ଥିତ ଥିଲେ । ଏହି ଫିଲ୍ମଟି ସାଇବର ଅପରାଧ ରୋକିବା ଦିଗରେ ସହଯୋଗ ହେବ ବୋଲି କ୍ରାଇମ୍ବ୍ରାଞ୍ଚ ଅଧିକାରୀମାନେ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031