Indus Valley Times

ସାଢ଼େ ୩ ପୁଟ ଉପରକୁ ଉଠୁଛି ମନ୍ଦିର

 Breaking News

ସାଢ଼େ ୩ ପୁଟ ଉପରକୁ ଉଠୁଛି ମନ୍ଦିର

ସାଢ଼େ ୩ ପୁଟ ଉପରକୁ ଉଠୁଛି ମନ୍ଦିର
December 17
17:22 2022

ଜଟକ, ୧୭/୧୨: ସହରରେ ଜଳବନ୍ଦି ସମସ୍ୟା ଅତି ଚିନ୍ତାର ବିଷୟ ହୋଇପଡିଛି । ଦିର୍ଘ ଦିନ ଧରି ଏହି ସମସ୍ୟାକୁ ସାମ୍ମା କରୁଛନ୍ତି କଟକ ବାସୀ । ହେଲେ ଜଳବନ୍ଦିରୁ ମୁକ୍ତି ପାଇ ପାରୁ ନାହାଁନ୍ତି ଲୋକେ । କଟକ ଫ୍ରେଣ୍ଡସ୍ କଲୋନିଗଗଗଗରେ ଥିବା ୪୦ ବର୍ଷର ପୁରୁଣା ଶିବ ମନ୍ଦିରକୁ ଭୂଇଁରୁ ସାଢ଼େ ୩ ଫୁଟ ଉଚ୍ଚତାକୁ ଉଠାଯାଉଛି । ମନ୍ଦିରର ସୁରକ୍ଷା ପାଇଁ ଅତ୍ୟଧୁନିକ ଟେକ୍ନୋଲୋଜିରେ ମାଧ୍ୟମରେ ଜଗ୍ ଲଗାଇ ମନ୍ଦିରୁ ଉପରକୁ ଉଠାଯାଉଛି ।

ସୂଚନା ଅନୁସାରେ, କଟକ ଫ୍ରେଣ୍ଟସ୍‌ କଲୋନୀର ଥିବା ୪୦ ବର୍ଷର ପୁରୁଣା ସର୍ପେଶ୍ୱର ଶିବ ମନ୍ଦିରକୁ ଅତ୍ୟାଧୁନିକ ଟେକ୍ନୋଲୋଜି ସହାୟତାରେ ଶତାଧିକ ଜଗ୍ ଲଗାଯାଇ ସାଢେ ୩ ଫୁଟ୍ ଉଚ୍ଚକୁ ଉଠାଯାଉଛି। 
ଏହି ମନ୍ଦିରଟିରେ ଟିକେ ଅସରାଏ ବର୍ଷା ହେଲେ ମନ୍ଦିର ଭିତରେ ପାଣି ପଶିଯାଏ । ତେଣୁ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ମାଟିତଳୁ ସାଢ଼େ ୩ଫୁଟ ଉପରକୁ । ଉତ୍ତର ପ୍ରଦେଶର ଏକ ଟିମ୍ ଆସି ଏହି କାର୍ଯ୍ୟ କରୁଛି । ତେବେ ଏହା ପ୍ରଥମ ଘଟଣା ନୁହେଁ, ପୁର୍ବରୁ ମଧ୍ୟ ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ବଡ଼ ବଡ଼ ଅଟାଳିକା ଉପରକୁ ଉଠାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031