Indus Valley Times

ସାନ୍ତ ହେଲା ‘ମାଖନ’; ମିଳିଲା ନୂଆ ପରିବାର

 Breaking News

ସାନ୍ତ ହେଲା ‘ମାଖନ’; ମିଳିଲା ନୂଆ ପରିବାର

ସାନ୍ତ ହେଲା ‘ମାଖନ’; ମିଳିଲା ନୂଆ ପରିବାର
January 09
08:40 2023

ଅନୁଗୁଳ,୯/୧ : ସାନ୍ତ ହୋଇଛି ରକ୍ତମୁଖା ‘ମାଖନା’। ନରମ ହୋଇଛି ହିଂସ୍ର ସ୍ବଭାବ। ପଥଚାରୀଙ୍କୁ ସାମ୍ନାରେ ପାଇ ଛାଡ଼ି କୌଣସି କ୍ଷତି ନକରି ଛାଡି ଦେଉଛି । ଜଙ୍ଗଲରେ ଶୁଣ୍ଢ ଟେକି ବାଲି ଖେଳିଛି। ଶନିବାର ଦିନ ସକାଳୁ ସକାଳୁ ଅନୁଗୁଳ ବନଖଣ୍ଡରେ ତାଣ୍ଡବ ରଚିଥିବା ହାତୀର ୨୪ଘଣ୍ଟାରେ ଏ ପ୍ରକାର ପରିବର୍ତ୍ତନ କେବଳ ଜଙ୍ଗଲ ବିଭାଗକୁ ନୁହେଁ, ବରଂ ଆଖପାଖ ଅଞ୍ଚଳବାସୀଙ୍କୁ ଆଶ୍ବସ୍ତ କରିଛି।
କେବଳ ସେତିକି ନୁହେଁ, ଅନୁଗୁଳରେ ୨୫ଟିକିଆ ହାତୀ ମେଳରୁ ଏ ନରହନ୍ତା ମାଖନା ଗୋଠଛଡ଼ା ହେବାପରେ ହିନ୍ଦୋଳ ବନାଞ୍ଚଳରେ ତାକୁ ନୂଆ ଗୋଠ ମିଳିଛି। ଢେଙ୍କାନାଳ ବନଖଣ୍ଡରେ ଥିବା ୧୫ଟିକିଆ ହାତୀପଲ ରକ୍ତମୁଖା ମାଖନାକୁ କୋଳେଇ ନେଇଥିବା ଜଣାପଡ଼ିଛି। ଯଦିଓ, ନରହନ୍ତାର ନୂଆ ଠିକଣା ବନ ବିଭାଗକୁ ଆଶ୍ବସ୍ତ କରିଛି, କିନ୍ତୁ ବିପଦର ଆଶଙ୍କା ରହିଛି। ଏ ନରହନ୍ତା ହାତୀ କେତେବେଳେ ଯେ ୟୁ-ଟର୍ଣ୍ଣ ନେବ ତାହା ଆକଳନ କରିବା ସମ୍ଭବ ନୁହେଁ। ତେଣୁ ଢେଙ୍କାନାଳ ବନଖଣ୍ଡ ହାତୀ ଉପରେ ତୀକ୍ଷ୍ମ ନଜର ରଖିଥିବା ବେଳେ ଗତକାଲିର ତାଣ୍ଡବକୁ ନେଇ ହିନ୍ଦୋଳ ବନାଞ୍ଚଳର ଲୋକେ ଭୟରେ କାଳତିପାତ କରୁଛନ୍ତି।
ବନ ବିଭାଗ ସୂଚନା ମୁତାବକ, ଶନିବାର ଅନୁଗୁଳ ଓ ବଅଁରପାଳ ବ୍ଲକ୍ର ୪ ଗାଁରୁ ୪ ଜଣଙ୍କୁ ହତ୍ୟା କଲା ପରେ ହାତୀ ଗଣ୍ଠିଗାଡ଼ିଆରେ ରହିଥିଲା। ହାତୀ ଧୀରେଧୀରେ ପାଇକ ପୁରୁଣାକୋଟ୍ ଆଡ଼କୁ ମୁହାଁଇଥିଲା। ତା’ପରେ ହାତୀ ଯାଇଥିଲା କର୍ଣ୍ଣପୁର ଜଙ୍ଗଲକୁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031