Legatus

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ମାମୁଁଙ୍କୁ ପଥରରେ ଛେଚି ଛେଚି ହତ୍ୟା କଲା ଭଣଜା

 Breaking News

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ, ମାମୁଁଙ୍କୁ ପଥରରେ ଛେଚି ଛେଚି ହତ୍ୟା କଲା ଭଣଜା

May 02
11:36 2024

ସୁନ୍ଦରଗଡ଼,୨/୫: ପାରିବାରିକ କଳହର ଉଗ୍ର ରୂପ ସୁନ୍ଦରଗଡ଼ରେ ଦେଖିବାକୁ ମିଳିଛି। ମାମୁକୁ ଜଣେ ବ୍ୟକ୍ତି ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ ଗୌଡୁଣିପୋଷ ଗାଁ ପତଳା ସାହିରେ ଏହି ହତ୍ୟାକାଣ୍ଡ ଘଟିଛି।
ମୃତକ ଜଣକ ହେଉଛନ୍ତି କେନାପାଲି ଗାଁର ଶୁବନ୍ କଂଶରିଆ। ମାମୁକୁ ହତ୍ୟା କରିବା ପରେ ଭଣଜା ଠୁରୁ ଧୀବର ପୁଲିସ ନିକଟରେ ଆତ୍ମସର୍ମପଣ କରିଛି।
ମାମୁ ଶୁବନ୍ ଭଣଜା ଘରକୁ ବୁଲିବାକୁ ଯାଇଥିଲେ। କୌଣସି କାରଣକୁ ନେଇ ବୁଧବାର ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହି ଝଗଡ଼ା ଉଗ୍ର ରୂପ ନେଇଥିଲା। ପରେ ଠୁରୁ ପଥରରେ ମାମୁ ଶୁବନ୍ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ହତ୍ୟାକାଣ୍ଡ ପରେ କେ. ବଲାଙ୍ଗ ଥାନାରେ ଭଣଜା ଠୁରୁ ଆତ୍ମସମର୍ପଣ କରିଛି। ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

May 2025
M T W T F S S
 1234
567891011
12131415161718
19202122232425
262728293031