Indus Valley Times

ସାହାରା ଇଣ୍ଡିଆ ଓଡ଼ଗାଁ ବ୍ରାଞ୍ଚ କୁ ଘେରାଉ କଲେ ଜମାକାରୀ

 Breaking News

ସାହାରା ଇଣ୍ଡିଆ ଓଡ଼ଗାଁ ବ୍ରାଞ୍ଚ କୁ ଘେରାଉ କଲେ ଜମାକାରୀ

ସାହାରା ଇଣ୍ଡିଆ ଓଡ଼ଗାଁ ବ୍ରାଞ୍ଚ କୁ ଘେରାଉ କଲେ ଜମାକାରୀ
April 19
20:15 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୯/୪ : ନୟାଗଡ଼ ଜିଲ୍ଲା ଓଡଗାଁ ସାହାରା ଇଣ୍ଡିଆ ବ୍ରାଞ୍ଚ ଜମାକାରୀ ଙ୍କୁ ବେସାହାରା କରିଥିବା ଅଭିଯୋଗ ହୋଇଛି ।
ସାହାରା ଇଣ୍ଡିଆ କୁ ବିଶ୍ୱାସ କରି ବହୁ ଜମାକାରୀ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟି କରିଛନ୍ତି। ବ ଡିପୋଜିଟି ର ସମୟ ସୀମା ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସାହାରା ଇଣ୍ଡିଆ ଜମାକାରୀ ମାନଙ୍କୁ ପଇସା ଫେରାଉ ନଥିବା ଅଭିଯୋଗ ହୋଇଛି ।
ଏହାର ପ୍ରତିବାଦ ରେ ଜମାକାରୀ ମାନେ ଓଡଗାଁ ସାହାରା ଇଣ୍ଡିଆ ଅଫିସ ଘେରାଉ କରିବା ସହ ଓଡଗାଁ ସାହାରା ଇଣ୍ଡିଆ କର୍ମଚାରୀ ଙ୍କୁ ଜବାବ ମାଗିଥିଲେ । ଏ ସମ୍ପର୍କରେ ସାହାରା ଇଣ୍ଡିଆ କର୍ମଚାରୀ ବ୍ରାଞ୍ଚ ମ୍ୟାନେଜର କୁ ଜଣାଇବା ପରେ ମ୍ୟାନେଜର ବ୍ରାଞ୍ଚ କୁ ଆସିନଥିଲେ କି ଫୋନ ମଧ୍ୟ୍ୟ ଉଠାଇନଥିଲେ ।
ନୟାଗଡ଼ ଜିଲ୍ଲା ର ଅନେକ ଲୋକ ସାହାରା ଇଣ୍ଡିଆ କୁ ଭରସା କରି କୋଟି କୋଟି ଟଙ୍କା ଜମା ଦେଇଥିବା ବେଳେ ସେ ଟଙ୍କା ର ଅବଧି ସମୟ ଗାଡିଯାଇଥିଲେ ମଧ୍ୟ୍ୟ ସାହାରା ଇଣ୍ଡିଆ ସେମାନଙ୍କୁ ଜମା ଟଙ୍କା ଫେରାଉ ନଥିବା ଅଭିଯୋଗ ହୋଇଛି ।
ବରଂ ସାହାରା ଇଣ୍ଡିଆ କର୍ମଚାରୀ କୋର୍ଟ ର ସଫେଇ ଦେଉଛନ୍ତି । ଜମାକାରୀ ଙ୍କ ଟଙ୍କା ଅତି ଶିଘ୍ର ଫେରସ୍ତ କରାନଗଲେ ସାହାରା ଅଫିସ ତାଲା ପକାଯିବ ବୋଲି ଜମାକାରୀ ମାନେ ଚେତାବନୀ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031