Indus Valley Times

ସିଆରପିଏଫ କ୍ୟାମ୍ପରେ ଅଘଟଣ: ଜେନେରେଟର କରେଣ୍ଟ ଲାଗି ଜବାନଙ୍କ ମୃତ୍ୟୁ

 Breaking News

ସିଆରପିଏଫ କ୍ୟାମ୍ପରେ ଅଘଟଣ: ଜେନେରେଟର କରେଣ୍ଟ ଲାଗି ଜବାନଙ୍କ ମୃତ୍ୟୁ

ସିଆରପିଏଫ କ୍ୟାମ୍ପରେ ଅଘଟଣ: ଜେନେରେଟର କରେଣ୍ଟ ଲାଗି ଜବାନଙ୍କ ମୃତ୍ୟୁ
May 09
10:09 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୯/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ଭଣ୍ଡରଙ୍ଗି ସିଆରପିଏଫ୍ କ୍ୟାମ୍ପରେ ଅଘଟଣ । ଜେନେରେଟର ଇଲେକ୍ଟ୍ରିକ୍ ସକ୍ ରେ ସୋମବାର ଯବାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଜବାନ ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲାର ବାଲିଚାନ୍ଦପୁର ଥାନା ବଡ଼ ବାଲିକୁଦା ଅଞ୍ଚଳର ତୁଷାରକାନ୍ତି ଦାସ ।
ସୂଚନା ପ୍ରକାରେ ମାଓପ୍ରବଣ ଅଞ୍ଚଳ ତୁମୁଡ଼ିବନ୍ଧ ବ୍ଲକ୍ ବେଲଘର ଥାନା ଅନ୍ତର୍ଗତ ଭଣ୍ଡରଙ୍ଗି ଗ୍ରାମରେ ରହିଥିବା ସିଆରପିଏଫ୍ ନୂତନ କ୍ୟାମ୍ପ ରେ ତୁଷାରକାନ୍ତି ମୁତୟନ ଥିବା ବେଳେ ଜେନେରେଟର ର ଇଲେକ୍ଟ୍ରି କାମ କରୁଥିବା ବେଳେ ଅସାବଧାନତା କାରଣରୁ ଇଲେକ୍ଟ୍ରିକ୍ ସକ୍ ରେ ଗୁରୁତର ହୋଇପଡ଼ିଥିଲେ ।
ଘଟଣା ସମ୍ପର୍କରେ ଖବରପାଇ ବିଭାଗୀୟ ଉପରିସ୍ଥ ଅଧିକାରୀ ଓ ସହକାରୀ ତୁଷାରକାନ୍ତିଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଡ଼ାକ୍ତରଖାନାରେ ଡାକ୍ତର ତୁଷାରକାନ୍ତିଙ୍କୁ ମୃତ ଘୋଷଣା କରିଥିବା ସିଆରପିଏଫ୍ ପକ୍ଷରୁ ସୂଚନା ମିଳିଛି । ଶବ ବ୍ୟବଚ୍ଛେଦ ପରେ କମାଣ୍ଡାଣ୍ଟଙ୍କ ଆନନ୍ଦ ଝା ସମେତ ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫ୍ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ମର ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରିବା ପରେ ମୃତ ଜବାନଙ୍କ ମର ଶରୀରକୁ ତାଙ୍କ ଗାଁ କୁ ପଠାଇଥିବା ଜଣାପଡ଼ିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031