Indus Valley Times

ସିଆରପିଏଫ ୧୨୭ ବାଟାଲିୟନ ତରଫରୁ ଜନସମ୍ପର୍କ ଶିବିର

 Breaking News

ସିଆରପିଏଫ ୧୨୭ ବାଟାଲିୟନ ତରଫରୁ ଜନସମ୍ପର୍କ ଶିବିର

December 11
10:21 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୧/୧୨: ଭାରତ ସରକାର, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମାନବିକ ନାଗରିକ ଆର୍ଥିକ ସହାୟତା ଯୋଜନା ଅଧୀନରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫ ଡି /୧୨୭ ବାଟାଲିୟନ ଦ୍ୱାରା ବେଲଘର ଥାନା ଅନ୍ତର୍ଗତ ଭଣ୍ଡରଙ୍ଗୀ ପଞ୍ଚାୟତରେ ଏକ ଜନସମ୍ପର୍କ ଶିବିର ଆୟୋଜିତ ହୋଇଯାଇଛି ।
ଭଣ୍ଡରଙ୍ଗୀ ନିକଟସ୍ଥ ଗୋଛାଗୁରା, ନବଗାଁ, ଶିରକି, ସାରଳା ଘାଟି ଓ ମାରଦିଘାଟି ଗାଁର ୪୦୦ ରୁ ଅଧିକ ଗରିବ ପରିବାର ଲୋକ ମାନଙ୍କୁ ମାଗଣା ଔଷଧ, ସୋଲାର ଲାଇଟ ଓ କମଳ ବଣ୍ଟନ କରାଯାଇଥିବାରୁ ଉପକୃତ ହୋଇପାରିଛନ୍ତି । ଏହି ସମୟରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ।
ଏଥିରେ ସିଆରପିଏଫ ୧୨୭ ବାଟାଲିୟନ କମାଡେଣ୍ଟ ,ବିଭାଗୀୟ ଅଧିକାରୀ, ଭଣ୍ଡରଙ୍ଗୀ ସରପଞ୍ଚଙ୍କ ସମେତ ପଞ୍ଚାୟତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ କ୍ଷ ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି କମାଡେଣ୍ଟ ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031