Indus Valley Times

ସୁଆଣ୍ଡୋ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ, ଉନ୍ନତ୍ତିକରଣ କାର୍ଯ୍ୟର କଲେ ସମୀକ୍ଷା

 Breaking News

ସୁଆଣ୍ଡୋ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ, ଉନ୍ନତ୍ତିକରଣ କାର୍ଯ୍ୟର କଲେ ସମୀକ୍ଷା

ସୁଆଣ୍ଡୋ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ, ଉନ୍ନତ୍ତିକରଣ କାର୍ଯ୍ୟର କଲେ ସମୀକ୍ଷା
April 16
09:48 2022

ପୁରୀ/ସାକ୍ଷୀଗୋପାଳ, ୧୬/୪: ଓଡ଼ିଶା ସରକାରଙ୍କ ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ସକାଳେ ପୁରୀ ଜିଲ୍ଲାର ପବିତ୍ର ମାଟି ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପରିଦର୍ଶନ କରିଛନ୍ତି।
୫-ଟି ସଚିବ ଭୁବନେଶ୍ୱରରୁ ଗସ୍ତ କରି ସୁଆଣ୍ଡୋରେ ସକାଳ ୭ଟାରେ ପହଞ୍ଚିଥିଲେ। ସେ ପ୍ରାୟ ୪୦ ମିନିଟ୍ ପର୍ଯ୍ୟନ୍ତ ଗୋପବନ୍ଧୁଙ୍କ ଜନ୍ମପୀଠରେ ରହି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରି ଫେରିଯାଇଥିଲେ।
୫-ଟି ସଚିବ ଭିକେ ପାଣ୍ଡିଆନ ସୁଆଣ୍ଡୋରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି। ସେଠାରେ ଥିବା ଷଠୀ ଘରର ସୁରକ୍ଷା, ସଂଗ୍ରହାଳୟର ନିର୍ମାଣ ଓ ବ୍ରିଜ଼ଠାରୁ ସୁଆଣ୍ଡୋ ପର‌୍ୟ୍ୟନ୍ତ ଦୁଇ ଥାକିଆ ରାସ୍ତାର ଆଧୁନିକୀକରଣ ଆଦି ସେ ଦେଖିଛନ୍ତି।
ସେଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୫ ଫୁଟ୍ ଉଚ୍ଚର ଏକ ବ୍ରୋଞ୍ଜ ମୂର୍ତ୍ତି ନିର୍ମାଣ କରାଯିବ ବୋଲି ୫-ଟି ସଚିବ ସୂଚନା ଦେଇଛନ୍ତି। ଏହାଛଡ଼ା ସେଠାରେ ଏକ ପ୍ରମୋଦ ଉଦ୍ୟାନ, ଶିଶୁ ଉଦ୍ୟାନ, ନଈରେ ବୋଟିଂ ବ୍ୟବସ୍ଥାରେ ଆଲୋକୀକରଣ ମଧ୍ୟ କରାଯିବ ବୋଲି ସେ କହିଛନ୍ତି।
ଏହି ସମୟରେ ୫-ଟି ସଚିବ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦାୟାଦ ଓ ଗ୍ରାମବାସୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଉପରୋକ୍ତ ନିର୍ମାଣ କାର‌୍ୟ୍ୟକୁ ଯଥାଶୀଘ୍ର ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ଏହି ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ଓ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂହଙ୍କ ସମେତ ଅନ୍ୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ଏକ ମାସ ମଧ୍ୟରେ ଏଠାରେ ଅନେକଗୁଡ଼ିଏ ନିର୍ମାଣ କାର‌୍ୟ୍ୟ ଆରମ୍ଭ ହୋଇପାରେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031