Indus Valley Times

ସୁଭଦ୍ରା ଟଙ୍କା ପାଇଁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

 Breaking News

ସୁଭଦ୍ରା ଟଙ୍କା ପାଇଁ ସ୍ତ୍ରୀକୁ ମାରିଦେଲା ସ୍ୱାମୀ

August 29
18:58 2026

ଢେଙ୍କାନାଳ, ୨୯/୮: ଢେଙ୍କାନାଳ ଜିଲ୍ଲାରୁ ଆସିଛି ଏକ ଛାତିଥରା ହତ୍ୟାକାଣ୍ଡ। ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ନ ଦେବାରୁ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ପିଟି ପିଟି ହତ୍ୟା କରିବା ସହ ମୃତଦେହକୁ ଘର ପାଖ ପାଇଖାନା ଟାଙ୍କି ଭିତରେ ପୋତି ଦେଇଥିବା ଅଭିଯୋଗ ହୋଇଛି। ଏହି ଲୋମଟାଙ୍କୁରା ଘଟଣା ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଆଇନ୍ଦିପୁର ଜୁଆଙ୍ଗ ସାହିରେ ଘଟିଛି।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଦୀର୍ଘଦିନ ଧରି ମଦ୍ୟପାନରେ ଅଭ୍ୟସ୍ତ ଥିଲେ। ସେ ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ସ୍ତ୍ରୀଙ୍କୁ ମାଗିଥିଲେ। ସ୍ତ୍ରୀ ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ତୀବ୍ର ବଚସା ହୋଇଥିଲା।
ରାଗରେ ସେ ଏକ ବାଡ଼ି ଓ କୋଦାଳରେ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ, ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଅପରାଧ ଲୁଚାଇବା ପାଇଁ ଅଭିଯୁକ୍ତ ମୃତଦେହକୁ ଘର ନିକଟସ୍ଥ ଟଏଲେଟ୍ ଟାଙ୍କି ଭିତରେ ପୋତି ଦେଇଥିବା ପୋଲିସ କହିଛି।
ଖବର ପାଇ ଢେଙ୍କାନାଳ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୈଜ୍ଞାନିକ ଟିମ୍ ପ୍ରମାଣ ସଂଗ୍ରହ କରିଥିବା ବେଳେ ଅଭିଯୁକ୍ତକୁ ଗିରଫ କରାଯାଇଛି। ପୋଲିସ ଘଟଣାର ସମ୍ପୂର୍ଣ୍ଣ କ୍ରମ ବୁଝିବା ପାଇଁ କ୍ରାଇମ ସିନ୍ ରିକ୍ରିଏସନ୍ ମଧ୍ୟ କରିଛି।
ଏହି ନିର୍ମମ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୋଲିସ କହିଛି, ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930