Indus Valley Times

ସୁରେଶ ରାଇନାଙ୍କ ସହ ଅନେକ ସେଲିବ୍ରେଟିଙ୍କୁ ଗିରଫ କଲା ପୁଲିସ୍‌

 Breaking News

ସୁରେଶ ରାଇନାଙ୍କ ସହ ଅନେକ ସେଲିବ୍ରେଟିଙ୍କୁ ଗିରଫ କଲା ପୁଲିସ୍‌

December 22
15:08 2020

ମୁମ୍ବାଇ,୨୨/୧୨: ବିଳମ୍ବିତ ରାତିରେ ପାଟି କରି ଫସିଗଲେ ସୁରେଶ ରାଇନାଙ୍କ ସହ ଅନେକ ସେଲିବ୍ରେଟି ।
ସୋମବାର ରାତିରେ ମୁମ୍ବାଇରେ ଏକ ନାଇଟ୍ କ୍ଲବରେ ପୁଲିସ୍ କରିଥିବା ରେଡ୍ ବେଳେ ସୁରେଶ ରାଇନାକୁ ଗିରଫ କରାଯାଇଥିଲା। ତାଙ୍କ ସହ ଉକ୍ତ କ୍ଲବରୁ ବଲିଉଡ କଣ୍ଠଶିଳ୍ପୀ ଗୁରୁ ରାନ୍ଧୱା ଓ ବଲିଉଡ ସେଲେବ୍ରେଟି ସୁଜାନେ ଖାନଙ୍କୁ ମଧ୍ୟ ପୁଲିସ୍ ଗିରଫ କରିଥିଲା।
କରୋନା କଟକଣା ପାଇଁ ସରକାର ଜାରି କରିଥିବା ନିୟମକୁ ବେଖାତିର କରି କ୍ଲବରେ ପାର୍ଟି କରୁଥିବାରୁ ଏମାନଙ୍କ ସହ ମୋଟ ୩୪ ଜଣଙ୍କୁ ପୁଲିସ୍ ଗିରଫ କରଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ରାଇନା, ସୁଜାନେ ଓ ରାନ୍ଧୱା ଜାମିନ୍ରେ ଖଲାସ ହୋଇଥିବା ଖବର ମିଳିଛି।
ଏହି ପାର୍ଟି ମୁମ୍ବାଇ ବିମାନବନ୍ଦର ନିକଟ ଜେଡବ୍ଲୁ ମ୍ୟାରିଅଟ ହୋଟେଲ କ୍ଲବରେ ଚାଲିଥିଲା। ଆଉ ଯେଉଁଠାରେ କରୋନା ନିୟମ ଉଲ୍ଲଂଘନ କରାଯାଇଥିଲା । ମୁମ୍ବାଇରେ ସମସ୍ତଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ସୂଚନା ଅନୁଯାୟୀ, ରାତ୍ରିକାଳୀନ କର୍ଫ୍ୟୁ ଜାରି ପରେ ମଧ୍ୟ ଏହି କ୍ଲବରେ ହାଇପ୍ରୋଫାଇଲ୍ ପାର୍ଟି ଚାଲିଥିଲା। ଆଉ ପାର୍ଟି ଚାଲିଥିବା ନେଇ ପୁଲିସ ସୂଚନା ପାଇବା ପରେ ଭୋର ପ୍ରାୟ ସାଢେ ୩ଟାରେ ଚଢ଼ାଉ ହୋଇଥିଲା ।
ମୁମ୍ବାଇ ପୁଲିସର ସୂତ୍ର ଅନୁଯାୟୀ ସୁରେଶ ରାଇନାଙ୍କ ବ୍ୟତୀତ ଆଉ କିଛି ସେଲିବ୍ରିଟି କ୍ଲବର ପଛ ଦ୍ୱାର ଦେଇ ଖସି ପଳାଇଥିଲେ । ଆଇପିସିର ଧାରା ୧୮୮, ୨୬୯ ଏବଂ ୩୪ ଅନୁଯାୟୀ ସୁରେଶ ରାଇନାଙ୍କ ସମେତ ଏହି ସେଲିବ୍ରିଟିଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ମୁମ୍ବାଇରେ ଲକଡାଉନ୍ ନିୟମ ଜାରି କରାଯାଇଥିବାବେଳେ ରାତି ୧୧ଟା ପରେ କୌଣସି ପ୍ରକାର ପାର୍ଟି କିମ୍ବା ସର୍ବସାଧାରଣ କାର‌୍ୟ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031