Indus Valley Times

ସୂଚନା କମିଶନର ଭାବେ ନିଯୁକ୍ତି ପାଇଲେ ସୁଶାନ୍ତ କୁମାର ମହାନ୍ତି

 Breaking News

ସୂଚନା କମିଶନର ଭାବେ ନିଯୁକ୍ତି ପାଇଲେ ସୁଶାନ୍ତ କୁମାର ମହାନ୍ତି

ସୂଚନା କମିଶନର ଭାବେ ନିଯୁକ୍ତି ପାଇଲେ ସୁଶାନ୍ତ କୁମାର ମହାନ୍ତି
February 09
20:28 2023

ଭୁବନେଶ୍ୱର,୯/୨:ବରିଷ୍ଠ ସାମ୍ବାଦିକ ସୁଶାନ୍ତ କୁମାର ମହାନ୍ତି ରାଜ୍ୟ ସୂଚନା କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଶ୍ରୀ ମହାନ୍ତି ଗତବର୍ଷ ଅଗଷ୍ଟ ମାସରେ ଦୈନିକ ସମ୍ବାଦପତ୍ର ‘ସମାଜ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ପଦରୁ ଅବସର ନେଇଥିଲେ ।
ଆଜି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ମହାନ୍ତି ରାଜ୍ୟ ସୂଚନା କମିଶନର ଭାବେ କାର‌୍ୟ୍ୟ କରିବେ । ଏହି ପଦବୀରେ ଯୋଗ ଦେବା ଦିନଠୁ ତାଙ୍କର କାର୍ଯ୍ୟକାଳ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଥିବା କମିଟିର ସୁପାରିଶ ଆଧାରରେ ଶ୍ରୀ ମହାନ୍ତିଙ୍କୁ ଏହି ନୂଆ ନିଯୁକ୍ତି ମିଳିଛି ।
ସୂଚନାଯୋଗ୍ୟ, ଶ୍ରୀ ମହାନ୍ତି କ୍ରୀଡ଼ା ସାମ୍ବାଦିକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଦୀର୍ଘବର୍ଷ ଧରି ସେ ସମ୍ବାଦପତ୍ର ସହ ଜଡ଼ିତ ଥିଲେ । ରାଜ୍ୟ ସୂଚନା କମିଶନରେ ଏବେ ମୁଖ୍ୟ ସୂଚନା କମିଶନର ଜଳଦ କୁମାର ତ୍ରିପାଠୀଙ୍କ ବ୍ୟତୀତ କମିଶନର ଭାବେ ବାଳକୃଷ୍ଣ ମହାପାତ୍ର, ବିକ୍ରମ ସେନାପତି, ଦିଲ୍ଲୀପ କୁମାର ବିଶୋୟୀ ଓ ସଞ୍ଜୟ କୁମାର ସ୍ୱାଇଁ କାର୍ଯ୍ୟ କରୁଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031