Indus Valley Times

ସେତୁ ନିର୍ମାଣ ସମୟରେ ଦବିଲା ସ୍ଲାପ

 Breaking News

ସେତୁ ନିର୍ମାଣ ସମୟରେ ଦବିଲା ସ୍ଲାପ

October 14
19:57 2020

କମ୍ଭୁ ଧର କ୍ଷେତୀ ଙ୍କ ରିପୋର୍ଟ
ବୈାଦ୍ଧ,୧୩/୧୦: ରାଜ୍ୟରେ ନିର୍ମାଣଧିନ ସେତୁ ଭାଙ୍ଗିବା ଘଟଣା ବିଭିନ୍ନ ସମୟରେ ଦେଖା ଦେଇଥିବା ବେଳେ ବୈାଦ୍ଧଜିଲ୍ଲାରେ ଚାଲୁ ରହିଥିବା ବହୁ ପ୍ରତିକ୍ଷିତ ବୈାଦ୍ଧ- ମର୍ଜାକୁଦ ସେତୁ ନିର୍ମାଣ ସମୟରେ ଏକ ସ୍ଲାବ ଦବିଯିବା ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଲାପ ଦବିଯିବା ଘଟଣା ପଦାକୁ ଆସିବା ପରେ ଠିକାସଂସ୍ଥା କର୍ମଚାରୀମାନେ ବାହାରକୁ ଯେପରି ନ ଦିଶେ ସେଥିପାଇଁ ଏହାକୁ ପାଲ ଘୋଡାଇ ଦିଆଯାଇଥିଲା ।
ମିଳିଥିବା ସୂଚନା ଅନୁଯାଇ, ଏହି ପ୍ରକଳ୍ପ କାର୍ଯ୍ୟ ଯୋରସରରେ ଚାଲିଥିବା ବେଳେ ମହାନଦୀ ଖଣ୍ଡିରୁ କଲେଜ ରୋଡ ପର୍ଯ୍ୟନ୍ତ କାମ ଚାଲିଛି । ଗତକାଲି ରାତିରେ ଏପି ୧୨ ପିଲର ଓ ଏପି ୧୩ ପିଲର ମଧ୍ୟରେ ସଂଯୋଗ ପାଇଁ ସ୍ଲାପର ଢଳେଇ କାର୍ଯ୍ୟ ଚାଲିଥିବା ବେଳେ କୈାଣସି କାରଣରୁ ସ୍ଲାବଟି ଦବି ଯାଇଥିଲା । ଫଳରେ କାମକୁ ଅଧାର ରଖିବାକୁ ପଡିଥିଲା । ସେତୁର ଛାତ ଦବି ଯିବା ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ସେତୁ କାର୍ଯ୍ୟର ସ୍ଥାୟୀତ୍ୱକୁ ସାଧାରଣରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଏନେଇ ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀଙ୍କୁ ଜୟନ୍ତ କୁମାର ପାତ୍ରଙ୍କୁ ପଚାରିବାରୁ ପ୍ରଥମ ଲେୟାର ଢଳେଇ ଚାଲିଥିବା ସମୟରେ ପମ୍ପଟା ଖରାପ ହୋଇଯାଇଥିଲା । ଫଳରେ ଝଡକା ମାରିବାରୁ ଗୋଟିଏ ଗୁଟକା ଖସିପଡିଥିଲା । ଫଳରେ ଗୋଟିଏ ଚାନାଲ ମୁଡି ହୋଇଗଲା । ବର୍ତ୍ତମାନ ଖୋଲାଯାଇ ଆଉଥରେ କାର୍ଯ୍ୟ କରାଯିବ ବୋଲି କହିଥିଲେ । ସୂଚନା ଯୋଗ୍ୟ ଯେ, ବୈାଦ୍ଧ- ମର୍ଜାକୁଦ ସେତୁ ପ୍ରକଳ୍ପକୁ ୧୮ ଫେବୃଆରୀ ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ । ଶିଳାନ୍ୟାସ ପରେ ଆଶା କରାଯାଉଥିଲା ପ୍ରକଳ୍ପଟି ଅବଧି ସମୟ ସୀମା ମଧ୍ୟରେ ଶେଷ ହୋଇଯିବ ବୋଲି କିନ୍ତୁ ଅବଧି ସମୟ ଶେଷ ହେବାକୁ ଆଉ ପ୍ରାୟ ଦୁଇମାସ ରହିଥିବା ବେଳେ କାର୍ଯ୍ୟ ସମାପ୍ତ ହେବା ନେଇ ସନ୍ଦେହ ସୃଷ୍ଟି ହେଉଛି । ଏହି ପ୍ରକଳ୍ପର ଲମ୍ବ ୯ ଶହ ୨୮ ମିଟର ହୋଇଥିବା ବେଳେ ୩୮ କୋଟି ଟଙ୍କାବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପର ସମୟ ସୀମା ଅବଧି ୨୦୨୦ ଡିସେମ୍ବର ଶେଷ ସୁଦ୍ଧା ହେବାର ରହିଛି । ଏହି ପ୍ରକଳ୍ପର ୨୦୧୮ ମସିହା ଡିସେମ୍ବର ମାସରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ କିନ୍ତୁ ପ୍ରକଳ୍ପର କାର୍ଯ୍ୟର ବଢି ଯାଇଥିବାରୁ ମୂଲ୍ୟ ମଧ୍ୟ ବଡିଯାଇଛି । ଯାହାଫଳରେ ଏଷ୍ଟିମେଣ୍ଟର ମୁଲ୍ୟ ସଂଶୋଧନ କରାଯିବା ପାଇଁ ପୁଣିଥରେ ପଠାଯାଇଛି । ପ୍ରକଳ୍ପର ଆରମ୍ଭରେ ଯେଭଳି ଭାବରେ ଦୃତ ଭାବରେ କାର୍ଯ୍ୟ ଆରମ୍ଭ ହୋଇଥିଲା ସେଥିରୁ ଦେଖିଲେ ପ୍ରକଳ୍ପଟି ଠିକ ସମୟରେ ଶେଷ ହେବା ଆଶା କରାଯାଉଥିଲା । ହେଲେ କରୋନା ମହାମାରୀ ଯୋଗୁଁ ଲଜ ଡାଉନ ଘୋଷଣା ହେବାପରେ କାମରେ ମଧ୍ୟ ବ୍ୟାଘାତ ଦେଖାଦେଇଛି । ଏହି ମର୍ଜାକୁଦ- ବୈାଦ୍ଧ ସେତୁ ପାଇଁ ମର୍ଜାକୁଦବାସୀ ଦାବି କରିଆସୁଥିବା ବେଳେ ଏହି ସେତୁ ପାଇଁ ବିଭିନ୍ନ ସମୟରେ ମର୍ଜାକୁଦବାସୀ ଆନ୍ଦୋଳନ ମଧ୍ୟ କରିଥିଲେ । ଶେଷରେ ସେମାନଙ୍କ ଦାବି ପୂରଣ ହେଲା ଓ ମର୍ଜାକୁଦ ସେତୁ କାର୍ଯ୍ୟ ଚାଲିଛି । ଏହି ପ୍ରକଳ୍ପ ଦ୍ୱାରା ମର୍ଜାକୁଦ ଅଞ୍ଚଳର ପ୍ରାୟ ତିନି ହଜାର ଲୋକ ଉପକୃତ ହେବା ସହିତ ଏଠାରେ ଏକ ୟୁକୋ ଟୁରିଜିମ ପାଇ ଉଦ୍ୟମ ଚାଲିଛି । ଏହାର ଚାରିପଟେ ମହାନଦୀ ଘେରି ରହିଥିବା ବେଳେ ମର୍ଜାକୁଦବାସୀ ବର୍ଷ ତମାମ ଜଳବନ୍ଦୀ ଭାବରେ ଜୀବନ ବିତାଇ ଥାନ୍ତି । ଗମନା ଗମନ କହିଲେ ଡଙ୍ଗା ହିଁ ସେମାନଙ୍କ ଏକମାତ୍ର ଭରସା । ବର୍ଷା ଋତୁରେ ପୂର୍ଣ୍ଣଗଭା ମହାନଦୀରେ ଜୀବନକୁ ପାଣି ଛଡାଇ ବିପଦ ସଂକୁଳ ଅବସ୍ଥାରେ ଡଙ୍ଗାରେ ଯାତ୍ରା କରିଥାନ୍ତି । ଏପରିକି ଡଙ୍ଗାରେ ଯାଉଥିବା ସମୟରେ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟିଛି । ମର୍ଜାକୁଦବାସୀ ସେମାନଙ୍କ ଦୈନଦିନ ଜୀବିକା ପାଇଁ ବୈାଦ୍ଧ ସହର ଉପରେ ନିର୍ଭର କରି ଡଙ୍ଗାରେ ଯିବା ଆସିବା କରିଥାନ୍ତି । ସ୍ୱାସ୍ଥ୍ୟ,ଶିକ୍ଷା, ବ୍ୟବସାୟ, ଆଦି ସମସ୍ତ କାର୍ଯ୍ୟ ପାଇଁ ଏପରିକି ଛୋଟଛୋଟ କାମ ପାଇଁ ସହରକୁ ଆସିବାକୁ ପଡିଥାଏ । ତେଣୁ ଏଭଳି ଏକ ଗୁରୁତ୍ୱ ବହନ କରିଥିବା ପ୍ରକଳ୍ପର କାର୍ଯ ସଠିକ ଭାବରେ କରିବା ପାଇଁ ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031