Indus Valley Times

ସେଲଫି ନେବା ବେଳେ ଅଘଟଣ: ନଦୀରେ ଭାସିଯାଇ ଯୁବକ ନିଖୋଜ

 Breaking News

ସେଲଫି ନେବା ବେଳେ ଅଘଟଣ: ନଦୀରେ ଭାସିଯାଇ ଯୁବକ ନିଖୋଜ

July 22
10:31 2021

ଆନନ୍ଦପୁର ୨୨/୭ : ସେଲଫି ନେବା ବେଳେ ଅଘଟଣ । ନଦୀରେ ଭାସି ଯାଇ ଜଣେ ଯୁବକ ହୋଇଯାଇଛନ୍ତି । ଯୁବକଙ୍କ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବୈତରଣୀ ନଦୀର ସାନାଖମ୍ବକୁ ନିକଟରେ ଘଟିଛି ଘଟଣା ।
ଖବର ଅନୁଯାୟୀ, ବୁଧବାର କରଞ୍ଜିଆର ଅଙ୍କିତ ପୋରିଓ୍ୱାଲ ପରିବାର ଲୋକଙ୍କ ସହ ସମ୍ପର୍କୀୟ ସାନଖମ୍ବ ବୁଲିବାକୁ ଆସିଥିଲେ କ୍ଷ ସେଠାରେ ସେଲ୍ଫି ଫଟୋ ଉଠାଉଥିବା ବେଳେ ସମ୍ପର୍କୀୟ ସହିତ ପାଣିରେ ଖସିପଡ଼ିଥିଲେ କ୍ଷ ସାଙ୍ଗମାନେ ଜଣଙ୍କ ଉଦ୍ଧାର କରିଥିବାବେଳେ ଶ୍ରୀରାମ ପାଣି ଭାସି ଯାଇଥିଲେ କ୍ଷ ଶ୍ରୀରାମଙ୍କ ବୟସ ପ୍ରାୟ ୨୦ ବର୍ଷ ହେବ ବୋଲି ଜଣାଡିଛି ।
ଶ୍ରୀରାମ ଝାଡ଼ଖଣ୍ଡ ଅଞ୍ଚଳରୁ ସମ୍ପର୍କୀୟ ଘର କରଞ୍ଜିଆକୁ ଆସିଥିଲେ । ସେଠାରୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ସୁନାଖମ୍ବ ବୁଲିବାକୁ ଆସିଥିବା ବେଳେ ଏପରି ଅଘଟଣ ଘଟିଛି । ଗତକାଲି ସଂଧ୍ୟା ସମୟରେ ବର୍ଷା ହେବାରୁ ନଦୀରେ ପାଣି ସ୍ରୋତ ବଢିଯାଇଥିଲା । ଯାହାଫଳରେ ଉଦ୍ଧାର କାର‌୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା । ଗୁରୁବାର ଠାକୁରମୁଣ୍ଡା ଓ ପାଟଣାରୁ ଅଗ୍ନିଶମ କର୍ମଚାରୀ ମାନେ ଆସି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031