Indus Valley Times

ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମାଲା : ଆବଶ୍ୟକ ସ୍ଥଳେ ଡିଏଫଓ ଓ ଓଆଇସିଙ୍କୁ ପଚରାଯିବ ;ଗଜପତି ଏସପି

 Breaking News

ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମାଲା : ଆବଶ୍ୟକ ସ୍ଥଳେ ଡିଏଫଓ ଓ ଓଆଇସିଙ୍କୁ ପଚରାଯିବ ;ଗଜପତି ଏସପି

July 21
16:10 2021

ଗଜପତି, ୨୧/୭: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ ସଠିକ୍ ଦିଗରେ ଚାଲିଛି ବୋଲି ଗଜପତି ଏସପି ତପନ ପଟ୍ଟନାୟକ ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଡିଏଫଓଙ୍କ ବିରୋଧରେ ଅଭିଯୋଗ ରହିଛି । ଆବଶ୍ୟକ ସ୍ଥଳେ ଡିଏଫଓଙ୍କୁ ପଚରାଉଚରା କରାଯିବ । ବାରିପଦାରୁ ଟିମ୍ ଫେରିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହେବ । ତଦନ୍ତକାରୀ ଅଧିକାରୀଙ୍କ ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ ।
ସେପଟେ ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ମଧ୍ୟ ପଚରାଉଚରା କରିବ ପୋଲିସ । କେଉଁ ପରିସ୍ଥିତିରେ ଓ କ’ଣ ପାଇଁ ଆମ୍ବୁଲାନ୍ସକୁ ଅଟକାଇଥିଲେ ସେନେଇ ଜେରା କରିବ ପୋଲିସ ।
ଏସିଏଫଓ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚି ତଦନ୍ତର ସବୁ ଦିଗକୁ ତର୍ଜମା କରିଥିବା ବେଳେ ବୁଧବାର ସକାଳୁ ଏହି ଟିମ୍ ଗଜପତି ଏସପିଙ୍କ ସହ ସାକ୍ଷାତ କରିଥିଲା । ଘଟଣା ଦିନଠାରୁ ଆଜି ପର୍ଯ୍ୟନ୍ତ ପୋଲିସ ତଦନ୍ତରେ କେଉଁ କେଉଁ ଦିଗକୁ ଅନୁଧ୍ୟାନ କରିଛି, ବର୍ତ୍ତମାନ ସୁଦ୍ଧା କ’ଣ କ’ଣ ତଥ୍ୟ ସଂଗ୍ରହ କରିଛି ଆଗାମୀ ତଦନ୍ତର ବିଭିନ୍ନ ଦିଗକୁ ନେଇ ଗଜପତି ଏସପି ତପନ କୁମାର ପଟ୍ଟନାୟକଙ୍କ ସହ ଆଲୋଚନା କରିଛି । ପାରଳାଖେମୁଣ୍ଡି ଥାନା ଅଧିକାରୀ ତଥା ମାମଲାର ତଦନ୍ତକାରୀ ଅଧିକାରୀ ବର୍ତ୍ତମାନ ସୁଦ୍ଧା ବିଦ୍ୟାଭାରତୀଙ୍କୁ ଜେରା ପରେ କ’ଣ ତଥ୍ୟ ନେଇ ଫେରୁଛନ୍ତି ତାର ଅପେକ୍ଷାରେ ରହିଛି ।
ତେବେ ବୁଧବାର ତଦନ୍ତ ଅଧିକାରୀ ପହଞ୍ଚିବା ପରେ ଏହି ମାମଲାର ତଦନ୍ତ ଆଗକୁ ବଢିବ ବୋଲି କ୍ରାଇମବ୍ରାଞ୍ଚ ଡ଼ିଏସପି ବିଜୟ କୁମାର ମଲ୍ଲିକ କହିଛନ୍ତି । ଅପରପକ୍ଷରେ ଗଜପତି ଏସପିଙ୍କ କହିବା ଅନୁସାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତରେ ସହାୟତା ପାଇଁ ଆସିଛନ୍ତି । ସବୁ ଦିଗକୁ ନେଇ ପୋଲିସ ତାର କାର୍ଯ୍ୟ କରୁଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031