Indus Valley Times

ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ା ବିଜେଡିରୁ ବହିଷ୍କୃତ

 Breaking News

ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ା ବିଜେଡିରୁ ବହିଷ୍କୃତ

ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ା ବିଜେଡିରୁ ବହିଷ୍କୃତ
September 21
17:12 2023

ଭୁବନେଶ୍ବର,୨୧/୯: ପୁଣି ପ୍ରମାଣିତ ହେଲା ସଚିବ ସର୍ବଶକ୍ତିମାନ୍। ତାଙ୍କ ବିରୁଦ୍ଧରେ ଆଲେଖ୍ୟକୁ ସହ୍ୟ କରିପାରିଲେନି ୫-ଟି ସଚିବ। ଅବଶେଷରେ ଭିନ୍ନ ଆଳ ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଗ୍ରହଣ କରିଲେ କାର୍ଯ୍ୟ।।ନୁଷ୍ଠାନ।
ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥିସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ମଧ୍ୟ ଦଳରୁ ବିଦା କରାଯାଇଛି।
ଏନେଇ ନିଜେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଜେଡି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମଧ୍ୟ ଜାରି କରାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଉପସଭାପତି ପଦରୁ ଅବ୍ୟାହତି ଦିଆଯାଇଥିଲା।
ନିଜ ସମ୍ପାଦକୀୟ ଆଲେଖ୍ୟ ମାଧ୍ୟମରେ ‘ମନ୍ତ୍ରୀ ବଡ଼ ନା ସଚିବ ବଡ଼’ ନେଇ ପ୍ରଶ୍ନ ଉଠାଇବା ପରେ ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ସଚିବଙ୍କ ଇଙ୍ଗିତରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଦଳ। ସମ୍ବାଦ ଖବରକାଗଜର ସମ୍ପାଦକ ଭାବେ ଦୁଇଟି ସମ୍ପାଦକୀୟ ଲେଖିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ ।
ଆମ ଘରର ହାଲଚାଲରେ ପ୍ରଥମେ ‘ଜନ୍ମଦିନର ଅନୁଚିନ୍ତା’ ଏବଂ ଏହାପରେ ‘ଆତ୍ମବିଭୋର ପ୍ରଶାସକ ଏବଂ ଅସହାୟ ରାଜନେତା’ ଶୀର୍ଷକରେ କିଛି ମୌଳିକ ପ୍ରଶ୍ନ ପଚାରିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ ।
ହେଲେ ଏହି ସମ୍ପାଦକୀୟକୁ ନେଇ ତାଙ୍କ ଉପରେ ଆକ୍ରୋଶମୂଳକ ଭାବେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପ୍ରଥମେ ମୁଖପାତ୍ର ଏବଂ ପରେ ମନ୍ତ୍ରୀମାନଙ୍କ ଦ୍ୱାରା ତାଙ୍କୁ ଟାର୍ଗେଟ କରାଯିବା ସହିତ, ଏହାପରେ ସମ୍ବାଦ ଉପରେ ଆକ୍ରୋଶମୂଳକ ଭାବେ ହେଇଥିଲା ଇଓଡବ୍ଲ୍ୟୁ ଚଢାଉ। ବିଜୁ ଜନତା ଦଳର ଉପସଭାପତି ପଦରୁ ହଟାଇବା ପରେ ଏବେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।
ସୂଚନାଯୋଗ୍ୟ, ୨୦୧୮ ମାର୍ଚ୍ଚ ମାସରେ ସୌମ୍ୟରଞ୍ଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ହୋଇଥିଲେ। ୨୦୨୦ ମସିହାରେ ବିଜେଡି ତାଙ୍କୁ ଦଳର ଉପସଭାପତି ପଦ ସହ ବିଭିନ୍ନ ଜିଲ୍ଲାର ପର‌୍ୟ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ଦେଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031