Indus Valley Times

ସ୍କୁଟି ଅଟକାଇ ମହିଳାଙ୍କ ଠାରୁ ସୁନା ଚେନ ସହ ଛଅ ହଜାର ଟଙ୍କା ଝାମ୍ପିନେଲେ ଲୁଟରା

 Breaking News

ସ୍କୁଟି ଅଟକାଇ ମହିଳାଙ୍କ ଠାରୁ ସୁନା ଚେନ ସହ ଛଅ ହଜାର ଟଙ୍କା ଝାମ୍ପିନେଲେ ଲୁଟରା

December 20
15:38 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ.୨୦/୧୨: ନୟାଗଡ଼ ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ରେ ପୁଣି ମାତିଲେ ଲୁଟେରା।ରବିବାର ଦିନ ସ୍କୁଟି ଅଟକାଇ ଜଣେ ମହିଳାଙ୍କ ଠାରୁ ସୁନା ଚେନ ସହ ଛଅ ହଜାର ଟଙ୍କା ଲୁଟି ନେଇଛନ୍ତି। ଏସମ୍ପର୍କରେ ଚାନ୍ଦପୁର ଥାନା ରେ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା ।
ସୂତ୍ରରୁ ପ୍ରକାଶ, ଡଙ୍ଗର ପଡାର ପ୍ରୀତି ପ୍ରତିକ୍ଷା ପାହାଡ ସିଂ ଓ ତାଙ୍କ ସ୍ବାମୀ ଓମ ପ୍ରକାଶ ପାହାଡ ସିଂ ସ୍କୁଟି ରେ କୈାଣସି କାର‌୍ୟ୍ୟ ରେ ଟାଙ୍ଗୀ ତହସିଲ କୁ ଆସୁଥିବା ବେଳେ ରୟାଲ ଢାବା ନିକଟରେ ଦୁଇ ଜଣ ମୁଖା ପିନ୍ଧା ଲୁଟେରା ପଲସର ବାଇକ୍ ଆସି ମହିଳାଙ୍କ ଠାରୁ ଭ୍ୟାନିଟ ବ୍ୟାଗ ସହ ସୁନା ଚେନ ଲୁଟି ନେଇଥିଲେ।ସ୍କୁଟି ରୁ ପଡି ମହିଳା ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ମହିଳାଙ୍କୁ ଚିକିତ୍ସା ପାଇଁ ଚାନ୍ଦପୁର ମେଡିକାଲ କୁ ନେଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ଜାତୀୟ ରାଜପଥରେ ବାରମ୍ବାର ଏହିପରି ଡକାୟତି ହେଉଥିବା ବେଳେ ପୋଲିସ ପକ୍ଷରୁ କଡା ପେଟ୍ରୋଲିଙ୍ଗ ଆବଶ୍ୟକ ଥିବା ସାଧାରଣରେ ଦାବି ହେଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031