Indus Valley Times

ସ୍କୁଲରେ ବଜ୍ରପାତ, ୬ ଜଣ ଛାତ୍ରୀ ଓ ଜଣେ ଛାତ୍ର ଗୁରୁତର

 Breaking News

ସ୍କୁଲରେ ବଜ୍ରପାତ, ୬ ଜଣ ଛାତ୍ରୀ ଓ ଜଣେ ଛାତ୍ର ଗୁରୁତର

August 19
16:59 2022

ଦେବଗଡ଼, ୧୯/୮: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବଜ୍ରପାତ ହୋଇଥିବା ସୂଚନା ମିଳିଛି । ଦେବଗଡ଼ ଜିଲ୍ଲା ତିଲେଇବଣି ଅଞ୍ଚଳରେ ଏକ ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ବଜ୍ରପାତ ହେବାରୁ ୬ ଜଣ ପିଲା ଆହତ ହୋଇଛନ୍ତି। ଗୁରୁତର ପିଲାମାନଙ୍କୁ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।
ତିଲେଇବଣି ବ୍ଲକ ଅନ୍ତର୍ଗତ କୁଟୁରାପଶି ପ୍ରାଥମିକ ବିଦ୍ୟାଳୟରେ ବଜ୍ରପାତି ହେବାରୁ ୬ ଜଣ ଛାତ୍ରୀ ଓ ଜଣେ ଛାତ୍ର ଗୁରୁତର ହୋଇଛନ୍ତି । ଛାତ୍ରଛାତ୍ରୀମାନେ ହେଲେ କୁଟୁରାପଶି ଗ୍ରାମର ଲିକି ପେଣ୍ଠେଇ, ଭବାନୀ ଦେହୁରୀ, ପପିନା ସାହୁ, ଧରିତ୍ରୀ ସାହୁ, ସାଲିନୀ ସାହୁ, ସାଲିନୀ ଦେହୁରୀ ଓ ଶ୍ରୀନିବାସ ଦେହୁରୀ ।
ଏମାନେ ସମସ୍ତେ ତୃତୀୟ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ। ବିଦ୍ୟାଳୟରେ ପାଠପଢା ଚାଲିଥିବାବେଳେ ଦିନ ୧ଟା ସମୟରେ ବଜ୍ରପାତ ହୋଇଥିଲା। ଆହତ ଛାତ୍ରଛାତ୍ରୀମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଦେବଗଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଖବରପାଇ ଦେବଗଡ ଜିଲ୍ଲା ମୁଖ୍ୟ ଶିକ୍ଷାଅଧିକାରୀ ସଚ୍ଚିଦାନନ୍ଦ ବେହେରା ଘଟଣାସ୍ଥଳରେ ପଂହଚି ଗୁରୁତର ଥିବା ସ୍ବାସ୍ଥ୍ୟବସ୍ଥା ସଂପର୍କରେ ବୁଝାସୁଝା କରିଥିଲେ। ବଜ୍ରପାତ ଯୋଗୁଁ ଶ୍ରେଣୀ କୋଠରୀର ବିଦ୍ୟୁତ ବଲ୍ବ ପୋଡି ଯିବା ସହିତ ଶ୍ରେଣୀ କୋଠରୀ ଚଟାଣ ଫାଟି ଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031