Indus Valley Times

ସ୍କୁଲ ଯାଉଥିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍

 Breaking News

ସ୍କୁଲ ଯାଉଥିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍

ସ୍କୁଲ ଯାଉଥିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍
November 09
12:17 2022

ସମ୍ବଲପୁର,୯/୧୧: ସ୍କୁଲ ଯାଉଥିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଏହି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ବିର୍ସା ମୁଣ୍ଡା ଛକ ନିକଟରେ।
ମୃତ ଛାତ୍ରୀ ଜଣଙ୍କ ହେଲେ ପ୍ରଜ୍ଞା ପାରମିତା ପାଣିଗ୍ରାହୀ। ତାଙ୍କ ଘର ଭାଲୁପାଲିରେ ବୋଲି ଜଣାଯାଇଛି। ପ୍ରଜ୍ଞା ବୁଢ଼ାରଜା ହାଇସ୍କୁଲରେ ନବମ ଶ୍ରେଣୀରେ ପଢୁଥିଲେ।
ଆଜି ସକାଳ ପ୍ରାୟ ୧୦ଟା ସମୟରେ ପ୍ରଜ୍ଞା ସାଇକେଲରେ ସ୍କୁଲ ଯାଉଥିଲେ। ଏହି ସମୟରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଛାତ୍ରୀ ଜଣଙ୍କ ତଳେ ପଡ଼ିଯାଇଥିଲେ। ତା’ ପରେ ଟ୍ରକ୍ଟି ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ପ୍ରଜ୍ଞାଙ୍କର ମୃତ୍ୟୁ ଘଟିଥିଲା। ପ୍ରଜ୍ଞାଙ୍କ ମୃତଦେହ ନିକଟରେ ତାଙ୍କ ସାଇକେଲ ପଡ଼ିଥିଲା।
ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍କୁ ଅଟକାଇ ଡ୍ରାଇଭରକୁ ପୁଲିସ ଜିମାରେ ଦେଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି। ଏହି ଘଟଣା ପରେ ବୁଢ଼ାରାଜା ସ୍କୁଲରେ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031