Indus Valley Times

ସ୍କୁଲ ସମୟ ପରିବର୍ତ୍ତନ କଲେ ସରକାର, ମେ ୨ରୁ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ୍

 Breaking News

ସ୍କୁଲ ସମୟ ପରିବର୍ତ୍ତନ କଲେ ସରକାର, ମେ ୨ରୁ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ୍

ସ୍କୁଲ ସମୟ ପରିବର୍ତ୍ତନ କଲେ ସରକାର, ମେ ୨ରୁ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ୍
April 30
20:29 2022

ଭୁବନେଶ୍ୱର,୩୦/୪: ରାଜ୍ୟରେ ସକାଳୁ ସ୍କୁଲ୍ ସମୟରେ ପରିବର୍ତ୍ତନ ହେଲା। ମେ’ ୨ ତାରିଖରୁ ପିଲାମାନେ ସକାଳ ୬ଟାରୁ ସ୍କୁଲ୍କୁ ଯିବେ। ଆଉ ସକାଳ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବ।
ପୂର୍ବରୁ ସରକାର ଏନେଇ ଘୋଷଣା କରିଥିବା ବେଳେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ବୋର୍ଡ ଏବଂ କାଉନସିଲ ପକ୍ଷରୁ ଚାଲିଥିବା ପରୀକ୍ଷା ସୂଚୀକୁ ଅପରିବର୍ତ୍ତିତ ରଖାଯାଇଛି।
ଏହି ବିଜ୍ଞପ୍ତିରେ ଆହୁରି କୁହାଯାଇଛି, ଓସେପା ପକ୍ଷରୁ ପ୍ରସ୍ତୁତ ଲର୍ଣ୍ଣିଂ ରିକଭରି ପ୍ଲାନ୍ (ଏଲ୍ଆର୍ପି)କୁ ଗ୍ରୀଷ୍ମ ଛୁଟି ମଧ୍ୟରେ କରାଯିବ। ଏହା ସରକାରୀ ଓ ସରକାରୀ ଏଡେଡ୍ ସ୍କୁଲ୍ ଗୁଡ଼ିକ ପାଇଁ ଉଦ୍ଦିଷ୍ଟ। ଯେଉଁ ଛାତ୍ରଛାତ୍ରୀମାନେ ତୃତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ପର‌୍ୟ୍ୟନ୍ତ ଉନ୍ନୀତ ହୋଇଛନ୍ତି, ସେମାନେ ଏହି ପ୍ଲାନ୍ ଭିତରେ ଯିବେ।
ସେହିଭଳି ନୂଆ ଆଡ୍ମିଶନ ନେଇଥିବା ଛାତ୍ରଛାତ୍ରୀ ବି ଏଥିରୁ ଉପକୃତ ହେବେ। ଯେଉଁ ଛାତ୍ରଛାତ୍ରୀମାନେ ଏକାଦଶ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀକୁ ଉନ୍ନୀତ ହୋଇଥିବେ, ସେମାନେ ବି ଏଏଆର୍ପି ବ୍ୟବସ୍ଥାରେ ଉପକୃତ ହୋଇପାରିବେ। କରୋନା ଯୋଗୁ ୨ ବର୍ଷ ଧରି ସ୍କୁଲ୍ ଗୁଡ଼ିକ ବନ୍ଦ ରହିଥିବାରୁ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଥିଲା।
ଏଥିରୁ ପିଲାମାନେ ଯେଉଁ କ୍ଷତି ସହିତଛନ୍ତି ତାକୁ ପୂରଣ କରିବାକୁ ଓସେପା ପକ୍ଷରୁ ଏଲ୍ଆର୍ପି ପ୍ରସ୍ତୁତ କରାଯାଇଛି।
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ୍ ୨୬ ତାରିଖରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ସ୍କୁଲ୍କୁ ଏପ୍ରିଲ୍ ୩୦ ଅର୍ଥାତ୍ ଆଜି ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲା। ଆସନ୍ତାକାଲି ରବିବାର ଅଛି।
ତେଣୁ ସ୍କୁଲ୍ ଗୁଡ଼ିକ ଛୁଟି ରହିବ। ୨ ତାରିଖରୁ ସକାଳ ୬ଟାରୁ ସ୍କୁଲ୍ ହେବ ବୋଲି ଆଜି ବିଭାଗ ବିଜ୍ଞପ୍ତି ପ୍ରକାଶ କରିଥିବାରୁ ଆଶା କରାଯାଉଛି ସ୍କୁଲ୍ ଗୁଡ଼ିକ ସେହିଦିନ ଠାରୁ ଖୋଲିବ। କିନ୍ତୁ ଏବେ ବି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।
ଆଜି ୩ଟି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ବା ଏହାଠୁ ଅଧିକ ରହିଛି। ସେହିପରି ୯ଟିର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଛି। ଏହାକୁ ଦୃଷ୍ଟିରେ ରଖିଲେ ସ୍କୁଲ୍ ଗୁଡ଼ିକ ମେ’ ୨ରୁ ଖୋଲିବ ନା ସରକାର ପୁଣି ଛୁଟି ଘୋଷଣା କରିବେ, ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଇଛି। ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଥିଲେ ଯେ ସ୍ଥିତିକୁ ନେଇ ନିଷ୍ପତ୍ତି ନିଆଯିବ। ଆଜିର ବିଜ୍ଞପ୍ତିରେ ଏ ବିଷୟରେ କିଛି ସ୍ପଷ୍ଟ କରାଯାଇ ନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031