Indus Valley Times

ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

 Breaking News

ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

September 05
19:27 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୯: ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମେଧାବୀ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ସ୍ଥାନୀୟ କଚେରୀ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି।
ବୌଦ୍ଧ ଜିଲ୍ଲା ଜିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟା ଶ୍ରୀମତୀ ପ୍ରଭାସିନୀ ଦାଶ ଯୋଗ ଦେଇ ଗୁରୁ ହେଉଛନ୍ତି ସମାଜର ସର୍ବଶ୍ରେଷ୍ଠ ଆଦର୍ଶ ଏବଂ ନୂତନ ସମାଜ ଗଠନର ଆବାହକ ବୋଲି ମତ ପୋଷଣ କରିଥିଲେ ।
ସାମ୍ପ୍ରତିକ ରାଷ୍ଟ୍ର ଗଠନରେ ଛାତ୍ରଛାତ୍ରୀଙ୍କ ପ୍ରମୁଖ ଭୂମିକା ରହିଛି ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଶିକ୍ଷାର୍ଥୀଙ୍କୁ ଏ ଦିଗ ରେ ନିଶ୍ଚିତ ଭାବେ ଉତ୍ସାହିତ କରିବ ବୋଲି ଜିଲ୍ଲାପାଳ ଶ୍ରୀ ପଣ୍ଡା ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ବୌଦ୍ଧ ବ୍ଲକ ଅଧକ୍ଷ ଶ୍ରୀ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ,ଜିଲ୍ଲା ପରିଷଦ ବୌଦ୍ଧ ର ମୁଖ୍ୟ ଉନ୍ନୟନ ତଥା କାର‌୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅନିରୁଦ୍ଧ ପ୍ରଧାନ, ସାଂସଦ ପ୍ରତିନିଧି ଶ୍ରୀ ସୌମିତ୍ରୀ ପ୍ରସାଦ ନାଏକ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଗେନ୍ଦେରା କୁଜୁର ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଯୋଗ ଦେଇ ଜିଲ୍ଲା ସ୍ତରୀୟ ବିଦ୍ୟାର୍ଥୀ ମେଧା ବୃତ୍ତି ପଚାଶ ହଜାର ଟଙ୍କା ଲେଖାଏଁ ଆଠ ଜଣଙ୍କୁ , ଜିଲ୍ଲା ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ପୁରସ୍କାର ୨୬ଜଣଙ୍କୁ ଦଶ ହଜାର ଲେଖାଏଁ , ଓଡ଼ିଆ ଭାଷା ବୃତ୍ତି ୬୪ଜଣଙ୍କୁ ପାଞ୍ଚ ହଜାର ଲେଖାଏଁ ଏବଂ ବ୍ଲକ ସ୍ତରୀୟ ମେଧାବୀ ବିଦ୍ୟାର୍ଥୀ ୩୦୨ ଜଣଙ୍କୁ ପାଞ୍ଚ ହଜାର ଲେଖାଏଁ ବ୍ୟାଙ୍କ ଖାତାରେ ପ୍ରଦାନ କରିବା ସହ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ କ୍ଷ ଜିଲ୍ଲାର ବାରଜଣ କୃତୀ ଶିକ୍ଷକ,ଦୁଇ ଜଣ ରାଜ୍ୟ ପୁରସ୍କାରପ୍ରାପ୍ତ ଓ ଜଣେ ଜାତୀୟ ପୁରସ୍କାର ପ୍ରାପ୍ତ ମୋଟ ପନ୍ଦର ଜଣ ଅବସର ପ୍ରାପ୍ତ ଶିକ୍ଷକଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।
ସମ୍ବିତ କୁମାର ମିଶ୍ର, ସନ୍ତୋଷ କର୍ଣ୍ଣ, ନବକିଶୋର ଦୀପ ଓ ଶୁଭସ୍ମିତା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଧନ୍ୟବାଦ ପ୍ରଦାନ କରିଥିଲେ ।
କାର୍ଯ୍ୟକ୍ରମଟି ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଜୟନ୍ତ କୁମାର ପ୍ରଧାନଙ୍କ ତତ୍ୱାବଧାନରେ ସମ୍ପାଦିତ ହୋଇଥିବା ବେଳେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, କ୍ଲଷ୍ଟର ସଂଯୋଜକ,ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ କାର‌୍ୟ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31