Indus Valley Times

ସ୍ତ୍ରୀକୁ ପିଟିପିଟି ମାରିବା ପରେ ସ୍ୱାମୀର ଆତ୍ମହତ୍ୟା

 Breaking News

ସ୍ତ୍ରୀକୁ ପିଟିପିଟି ମାରିବା ପରେ ସ୍ୱାମୀର ଆତ୍ମହତ୍ୟା

ସ୍ତ୍ରୀକୁ ପିଟିପିଟି ମାରିବା ପରେ ସ୍ୱାମୀର ଆତ୍ମହତ୍ୟା
May 12
16:13 2022

ପାଟଣାଗଡ଼,୧୨/୫: ମଦ ନିଶା ଉଜାଡ଼ି ଦେଲା ସଂସାର। ସାମାନ୍ୟ କଳହରୁ ମଦ ନିଶାରେ ଚୁର ସ୍ୱାମୀ ନିଜ ପତ୍ନୀର ଜୀବନ ନେଇଗଲା। ହେଲେ ନିଶା ଉତୁରିବା ପରେ ପାଦ ତଳୁ ଖସିଗଲା ମାଟି ।
ସ୍ତ୍ରୀକୁ ମାରିବା ଅନୁତାପରେ ଛଟପଟ ହେଉଥିବା ସ୍ୱାମୀ ଶେଷରେ ନିଜେ ବି ବିଷ ପିଇ ଜୀବନ ହାରିଲା। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଲରମ୍ଭ ଥାନା ଅନ୍ତର୍ଗତ ଖୁଟସମଲେଇ ଗାଁରେ ଘଟିଛି। ମୃତକ ସ୍ୱାମୀର ନାଁ ଘାସି ତଅଲା ଓ ମହିଳାଙ୍କ ନାଁ କୁନ୍ତୀ ତଅଲା ।
ଗତକାଲି ରାତିରେ ଘାସି ତଅଲା ମଦ ପିଇ ଘରକୁ ଫେରିବା ପରେ ସ୍ତ୍ରୀ କୁନ୍ତି ତଅଲାଙ୍କ ସହିତ ତାଙ୍କର କଳହ ହୋଇଥିଲା।
ଏହାପରେ ଘାସି ଏକ ମାରଣାସ୍ତ୍ରରେ ସ୍ତ୍ରୀ ମୁଣ୍ଡକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା। ପତ୍ନୀଙ୍କୁ ହତ୍ୟା କରି ଘାସି ଘରୁ ଫେରାର ହୋଇଯାଇଥିଲେ।
ଗାଁରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ବାପା ହିଁ ମା’କୁ ମାରିଥିବା ଘାସିଙ୍କ ପୁଅ ପୁଲିସ୍କୁ କହିଥିଲା। ଏହାପରେ ପୁଲିସ୍ ଘାସିଙ୍କୁ ଖୋଜାଖୋଜି ଆରମ୍ଭ କରି ବାଡ଼ି ପଟେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲା । ଘଟଣା ସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031