Indus Valley Times

ସ୍ତ୍ରୀଙ୍କୁ ଗୁଳି ମାରୁଥିଲା ସ୍ୱାମୀ, ରକ୍ଷା କରିବାକୁ ଯାଇ ବାପା ଗୁରୁତର

 Breaking News

ସ୍ତ୍ରୀଙ୍କୁ ଗୁଳି ମାରୁଥିଲା ସ୍ୱାମୀ, ରକ୍ଷା କରିବାକୁ ଯାଇ ବାପା ଗୁରୁତର

ସ୍ତ୍ରୀଙ୍କୁ ଗୁଳି ମାରୁଥିଲା ସ୍ୱାମୀ, ରକ୍ଷା କରିବାକୁ ଯାଇ ବାପା ଗୁରୁତର
April 02
10:42 2023

ଡୁଙ୍ଗୁରିପାଲି,୨/୪: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଚିନାଜୁରୀ ଗାଁରେ ନିଶାସକ୍ତ ପୁଅ ବାପାଙ୍କୁ ଗୁଳି କରିଥିବାର ଖବର ମିଳିଛି। ବାପା ଗୁରୁତର ଅବସ୍ଥାରେ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ ଗାଁର ଗଙ୍ଗାଜଳ ମେହେର (୫୬)ଙ୍କୁ ପୁଅ ବିକ୍ରମ ମେହେର ଗୁଳିମାଡ଼ କରିଥିଲେ।
ସୂଚନା ଅନୁଯାୟୀ, ବିକ୍ରମ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କଳହ ହୋଇଥିଲା। ଏହି ସମୟରେ ବିକ୍ରମ ତାଙ୍କ ପତ୍ନୀଙ୍କୁ ଗୁଳି କରି ଦେବେ ବୋଲି ଧମକ ଦେଇଥିଲେ। ଏହି ସମୟରେ ଗଙ୍ଗାଜଳ ମେହେର ତାଙ୍କୁ ଗୁଳି କରିବା ଲାଗି କହିଥିଲେ। ଏହାପରେ ନିଶାସକ୍ତ ବିକ୍ରମ ଉତ୍ତେଜିତ ହୋଇ ତାଙ୍କ ବାପାଙ୍କୁ ଗୁଳି କରି ଦେଇଥିଲେ। ଗୁଳି ବାଜିବା ମାତ୍ରେ ବାପା ତଳେ ଟଳିପଡ଼ିଲେ। ତାପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ସେଠାରୁ ତାଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031