Indus Valley Times

ସ୍ମାଇଲ୍ ପ୍ଲିଜ୍ ତରଫରୁ ଭୁବନେଶ୍ୱର ଓ କଟକର ସମସ୍ତ ସିନେମା ହଲ କର୍ମଚାରୀଙ୍କ ପାଇଁ ମାସିକ ରାସନ୍ ବଣ୍ଟନ

 Breaking News

ସ୍ମାଇଲ୍ ପ୍ଲିଜ୍ ତରଫରୁ ଭୁବନେଶ୍ୱର ଓ କଟକର ସମସ୍ତ ସିନେମା ହଲ କର୍ମଚାରୀଙ୍କ ପାଇଁ ମାସିକ ରାସନ୍ ବଣ୍ଟନ

ସ୍ମାଇଲ୍ ପ୍ଲିଜ୍ ତରଫରୁ ଭୁବନେଶ୍ୱର ଓ କଟକର ସମସ୍ତ ସିନେମା ହଲ କର୍ମଚାରୀଙ୍କ ପାଇଁ ମାସିକ ରାସନ୍ ବଣ୍ଟନ
July 09
20:54 2021

ଭୁବନେଶ୍ୱର, ୯/୭: କରୋନା ଏବଂ ଲକଡ଼ାଉନର କଟକଣା ସିନେମା ହଲର ଶିଳ୍ପକୁ ଅତ୍ୟନ୍ତ ପ୍ରଭାବିତ କରିଛି। ସିନେମା ହଲ୍ କର୍ତ୍ତୃପକ୍ଷ କର୍ମଚାରୀରୀଙ୍କ ପରିବାର ଚଳେଇବା ପାଇଁ ଯଥାସମ୍ଭବ ସାହାଯ୍ୟ କଲେ ମଧ୍ୟ କରୋନାର ଦ୍ୱିତୀୟ ଲହରୀ ସେମାନଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଶୁକ୍ରବାର ସବ୍ୟସାଚୀ ଓ ଅର୍ଚ୍ଚିତା ଭୁବନେଶ୍ୱର ଏବଂ କଟକର ସମସ୍ତ ସିନେମା ହଲର କର୍ମଚାରୀଙ୍କ ପାଇଁ ମାସିକ ରାସନ୍ ଧରି ହଲ୍ରେ ପହଞ୍ଚିଥିଲେ ।
ଭୁବନେଶ୍ୱରର କେଶରୀ ହଲ୍ ଠାରେ ଶ୍ରୀୟା, ସ୍ଵାତି, ସ୍ତୁତି, ମହାରାଜା ଓ କେଶରୀର କର୍ମଚାରୀ ଏବଂ କଟକର ବୃନ୍ଦାବନ ଟକିଜ୍ଠାରେ ସମ୍ରାଟ, ଗ୍ରାଣ୍ଡ, ସଙ୍ଗମ ଓ ବୃନ୍ଦାବନର କର୍ମଚାରୀ ଏକାଠି ହୋଇ ରାସନ୍ ଗ୍ରହଣ କରିଥିଲେ । ସମସ୍ତ ହଲ୍ କର୍ତ୍ତୃପକ୍ଷ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କୁ ସାଧୁବାଦ ଜଣେଇଛନ୍ତି।
ଏହି ଅବସରରେ ଭରତଚନ୍ଦ୍ର ଭଞ୍ଜଦେଓ, ନମିତା କାନୁନଗୋ, ପ୍ରବୀଣ ଅଗରୱାଲ୍, ଡକ୍ଟର ଅମ୍ରିତ୍ ପାଟଯୋଶୀ, ଜିତୁ ଖଣ୍ଡେଲୱାଲ୍, କିଶୋର ୱାଡ଼ର୍ ଓ ସ୍ମାଇଲ ପ୍ଲିଜ୍ର ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031