Indus Valley Times

ସ୍ୱପ୍ନ ଭାଙ୍ଗି ଚୁର୍ମାର୍, ଭଡ଼ା ଘରୁ ମିଳିଲା ନବଦମ୍ପତ୍ତିଙ୍କ ମୃତଦେହ

 Breaking News

ସ୍ୱପ୍ନ ଭାଙ୍ଗି ଚୁର୍ମାର୍, ଭଡ଼ା ଘରୁ ମିଳିଲା ନବଦମ୍ପତ୍ତିଙ୍କ ମୃତଦେହ

ସ୍ୱପ୍ନ ଭାଙ୍ଗି ଚୁର୍ମାର୍, ଭଡ଼ା ଘରୁ ମିଳିଲା ନବଦମ୍ପତ୍ତିଙ୍କ ମୃତଦେହ
July 17
16:35 2022

ଯାଜପୁର,୧୭/୭: ଯାଜପୁର ରୋଡ୍ ଥାନା ଦଳା ଗ୍ରାମ ଶିବ ମନ୍ଦିର ନିକଟରେ ଭଡ଼ା ଘରେ ଏକ ନବବିବାହିତ ଦମ୍ପତି ଆତ୍ମହତ୍ୟା କରଥିବା ଅଭିଯୋଗ ହୋଇଛି।
ମୃତକ ଦ୍ୱୟ ହେଲେ ଶଙ୍କର ଦୟାଲ ନାୟକ ଓ ତାଙ୍କ ପତ୍ନୀ। ଶଙ୍କରଙ୍କ ଘର ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଫୁଲୱାର କସବା ଅଞ୍ଚଳରେ।
ଶଙ୍କର ଓ ତାଙ୍କ ପତ୍ନୀ ଦଳାଙ୍କ ମୃତଦେହ ଆଜି ଫ୍ୟାନ୍ରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା। ତେଣୁ ସେମାନେ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ।
ପୁଲିସ୍ ଘଟଣାସ୍ଥଳରେ ଛାନଭିନ କରିଛି। ଖବର ଲେଖାଯିବା ବେଳକୁ ମୃତଦେହକୁ ଜବତ କରାଯାଇ ନାହିଁ। ସାଇଣ୍ଟିଫିକ୍ ଟିମ୍ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଖୋଲାଯିବ ବୋଲି ପୁଲିସ୍ କହିଛି। ଏହା ସହିତ ମୃତ ଦମ୍ପତିଙ୍କ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ପୁଲିସ୍ କହିଛି।
ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ୁଥିଲେ ବି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସେମାନଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
ଘର ମାଲିକାଣୀ ସ୍ମିତାଶ୍ରୀ ବିଶ୍ୱାଳ କହିଛନ୍ତି, ଶଙ୍କର ବଜାର ଯାଇଥିଲେ। ବଜାରରୁ ଫେରି କବାଟ ବାଡ଼େଇ ଥିଲେ। କିନ୍ତୁ ଭିତରୁ ତାଙ୍କ ପତ୍ନୀ କବାଟ ଖୋଲି ନଥିଲେ। ପଚାରିବାରୁ ସେମାନଙ୍କ ମଧ୍ୟରେ ଟିକେ ଡିଷ୍ଟରବାନ୍ସ ହୋଇଛି ବୋଲି ଶଙ୍କର କହିଥିଲେ।
ତାଙ୍କ ପତ୍ନୀ କବାଟ ନଖୋଲିବାରୁ ମୁଁ ତାଙ୍କୁ କବାଟ ଭାଙ୍ଗି ଦେବାକୁ କହିଥିଲି। ତା’ପରେ ସେ ଘର ପଛପଟ କବାଟ ଭାଙ୍ଗି ଦେଇଥିଲେ। କବାଟ ଭାଙ୍ଗିବା ପରେ କ’ଣ ଦେଖିଲେ କେଜାଣି ଭିତରେ ପଶିଯାଇ ସେ କବାଟ ବନ୍ଦ କରି ଦେଲେ। ଏହା ଦେଖି ମୁଁ ସମସ୍ତଙ୍କୁ ଡାକିଲି। କବାଟ ଖୋଲି ଦେଖିଲା ବେଳକୁ ଦୁହେଁ ଫ୍ୟାନ୍ରେ ଝୁଲି ରହିଥିଲେ।
ଶଙ୍କର ଓ ତାଙ୍କ ପତ୍ନୀ ଏଠାରେ ଦୁଇ ମାସ ହେଲା ଭଡ଼ାରେ ଥିଲେ ବୋଲି ଘର ମାଲିକାଣୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031