Indus Valley Times

ସ୍ୱର୍ଗତ କଳ୍ପତରୁ ଦାସଙ୍କ ୭ମ ଶ୍ରାଦ୍ଧ ବାର୍ଷିକ ଅବସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୨୫୫୭ ୟୁନିଟ୍ ରକ୍ତ ସଂଗ୍ରହ

 Breaking News

ସ୍ୱର୍ଗତ କଳ୍ପତରୁ ଦାସଙ୍କ ୭ମ ଶ୍ରାଦ୍ଧ ବାର୍ଷିକ ଅବସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୨୫୫୭ ୟୁନିଟ୍ ରକ୍ତ ସଂଗ୍ରହ

July 25
19:33 2022

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର, ୨୫/୭: ସ୍ୱର୍ଗତ କଳ୍ପତରୁ ଦାସଙ୍କ ୭ମ ଶ୍ରାଦ୍ଧ ବାର୍ଷିକ ଅବସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଧର୍ମଶାଳା ବିଜୁ ଜନତା ଦଳ ତରଫରୁ ରକ୍ତଦାନ ଶିବିର
ଆଜି ବିଶିଷ୍ଟ ଜନନାୟକ ତଥା ଧର୍ମଶାଳା ପୂର୍ବତନ ବିଧାୟକ, ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ୰କଳ୍ପତରୁ ଦାସଙ୍କ ସପ୍ତମ ଶ୍ରାଦ୍ଧ ବାର୍ଷିକ ଅବସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ତରୁଫରୁ ରକ୍ତଦାନ ଶିବିର ଧର୍ମଶାଳା ନିବାର୍ଚ୍ଚନ ମଣ୍ଡଳୀରେ ୭ଗୋଟି ସ୍ଥାନରେ ଅନୁଷ୍ଠିତ କରାଯାଇଥିଲା ।
ଏହି ରକ୍ତଦାନ ଶିବୀରରେ ମୋଟ ୨୫୫୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଉକ୍ତ ରକ୍ତଦାନ ଶିବିରରେ ଆବାହାକ ଓଡିଶା ମୋ ପରିବାର ଅରୁପ ପଟ୍ଟନାୟକ, ବିଜୁ ମହିଳା ଜନତା ଦଳ ରାଜ୍ୟ ସଭାପତି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ବିଧାୟକ ବ୍ୟୋମକେଶ ରାୟ, ରାଚଜ୍ୟ ଛାତ୍ର ସଭାପତି ବିଧାୟକ ବାଙ୍କି ଦେବୀରଞ୍ଜନ ତ୍ରିପାଠୀ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କୋରେଇ ବିଧାୟକ ଅଶୋକ ବଳ, ବିଧାୟିକା ବରୀ ସୁନନ୍ଦା ଦାସ, ଯାଜପୁର ପୂର୍ବତନ ସାଂସଦ ଓ ଓଡିଶା ମୋ ପରିବାର ସଦସ୍ୟା ରୀତା ତରାଇ, ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ ଓ ସୁଭେନ୍ଦୁ ଦାସ ମଙ୍ଗରାଜ, ବିଜୁ ଯୁବ ଜନତା ଦଳର ମହାସଚିବ ଏଲିନା ଦାସ, ବିଜୁ ଛାତ୍ର ଜନତା ଦଳର ମହାସଚିବ ଇପ୍ସିତା ସାହୁ, ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଏବଂ ରସୁଲପୁର ବ୍ଲକ୍ ଅଧ୍ୟକ୍ଷ ଅରୁଣ କୁମାର ରାଉତ ଯୋଗଦେଇଥିଲେ ।
ଧର୍ମଶାଳା ବିଜୁ ଯୁବ ଜନତା ଦଳର ସଭାପତି, ବିଜୁ ମହିଳା ଜନତା ଦଳର ସଭାପତି, ବିଜୁ ଛାତ୍ର ଜନତା ଦଳର ସଭାପତି, ବିଜେଡି ଗାର୍ଲସ ୱିଙ୍ଗ୍ ସଭାପତି ଓ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଉକ୍ତ ରକ୍ତଦାନ ଶିବୀରରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031