Indus Valley Times

ସ୍ୱାମୀଙ୍କ ବାଟ ଚାହିଁଛନ୍ତି ତପସ୍ୱିନୀ: ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟି ବଢ଼ାଇଲେ ସୁମିତ୍‌

 Breaking News

ସ୍ୱାମୀଙ୍କ ବାଟ ଚାହିଁଛନ୍ତି ତପସ୍ୱିନୀ: ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଛୁଟି ବଢ଼ାଇଲେ ସୁମିତ୍‌

December 14
22:12 2021

ବ୍ରହ୍ମପୁର,୧୪/୧୨: ସ୍ୱାମୀ ସୁମିତ୍‌ଙ୍କୁ ଅପେକ୍ଷା କରି ବସିଛନ୍ତି ସ୍ତ୍ରୀ ତପସ୍ୱିନୀ । ଭିଙ୍ଗି ଯାଇଥିବା ଘରକୁ ସଜାଡିବା ପାଇଁ ଲଢ଼େଇ ଜାରିରଖିଛନ୍ତି । ୧୧ ଦିନ ଘର ଆଗରେ ଧାରଣାରେ ବସିବା ପରେ ତପସ୍ୱିନୀ-ସୁମିତଙ୍କୁ ଏକାଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଆସିକାରେ ଉଭୟେ ସାତ ଦିନ ଏକାଠି ରହିବା ପରେ ଘଟଣା ଏବେ ପ୍ରତିଦିନ ଭିନ୍ନ ମୋଡ ନେଉଛି ।
୫ ଦିନର ଛୁଟି ସରିଲା ପରେ ବି ଚାକିରିରେ ଯୋଗଦେଲେନି ସୁମିତ । ଅସୁସ୍ଥତା ଦର୍ଶାଇ ସେ ପୁଣି ୫ ଦିନ ଛୁଟି ପାଇଁ ବାଲିଶିରା ମେଡିକାଲ ଅଧିକାରୀଙ୍କୁ ମେଲ କରିଛନ୍ତି । ପୂର୍ବରୁ ସେ ୧୦ରୁ ୧୪ ତାରିଖ ଯାଏଁ ଛୁଟିରେ ଥିଲେ । ତେବେ ସୁମିତଙ୍କ ଓକିଲ କହିଛନ୍ତି, ଏହା କୋର୍ଟଙ୍କ ଆଦେଶର ଅବମାନନା ନୁହେଁ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ସେ ଏବେ ତାଙ୍କ ବନ୍ଧୁଙ୍କ ଘରେ ରହୁଛନ୍ତି । କୋର୍ଟ ନିର୍ଦ୍ଦେଶ ଅନୁସାରେ ଘର ଖୋଜା ଚାଲିଛି ।
ଗତ ୯ ତାରିଖରେ ବ୍ରହ୍ମପୁର ଏସଡିଜେଏମ କୋର୍ଟ କହିଥିଲେ ଏକ ଭଡା ଘର ନେଇ ସୁମିତ, ତପସ୍ୱିନୀ ପୁଣି ଏକାଠି ରହିବେ ଏବଂ ଉଭୟଙ୍କ ଖର୍ଚ୍ଚ ସୁମିତ ବହନ କରିବେ । ପୁଲିସ ପକ୍ଷରୁ ଦିଆଯାଉଥିବା ସୁରକ୍ଷାକୁ ହଟାଇଦିଆଯିବ । କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରଠାରୁ ସୁମିତ ତପସ୍ୱିନୀଙ୍କୁ ଛାଡି କେଉଁଆଡେ ଚାଲିଯାଇଛନ୍ତି । ଏବେ ୫ ଦିନ ବିତିଗଲାଣି । ହେଲେ ସୁମିତ କୌଣସି ପ୍ରକାର ଯୋଗାଯୋଗ କରିନଥିବା ଅଭିଯୋଗ କରିଛନ୍ତି ତପସ୍ୱିନୀ ଦାସ । ସେ ଏବେ ନିଜ ଜୀବନକୁ ବିପଦ ଥିବା ଦର୍ଶାଇ ପୁଲିସଠୁ ସୁରକ୍ଷା ମାଗିଛନ୍ତି । ଏବେ ସ୍ୱାମୀଙ୍କ ବାଟକୁ ଅନାଇ ବସିଛନ୍ତି ସ୍ତ୍ରୀ ତପସ୍ୱିନୀ । କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବା ଅଭିଯୋଗରେ କରିଛନ୍ତି ସାନି ପିଟିସନ । ଶେଷ ପର‌୍ୟ୍ୟନ୍ତ ନିଜ ସିନ୍ଦୁର ପାଇଁ ଲଢେଇ କରିବେ ବୋଲି ଦୃଢୋକ୍ତି ଦେଖାଇଛନ୍ତି । ଆଇନ ବ୍ୟବସ୍ଥା, କୋର୍ଟ କଚେରୀର ପରିଧି ଭିତରେ ଦୁଇ ମନକୁ ମିଶାଇବା ପାଇଁ କରାଯାଇଥିବା ଉଦ୍ୟମ ଯେତେବେଳେ ବିଫଳ ହେଉଛି, ଠିକ ସେତିକି ବେଳେ ଆଗାମୀ ଦିନରେ ଉଭୟଙ୍କ ଆଭିମୁଖ୍ୟ କଣ ରହିବ, ତା ଉପରେ ନଜର ରହିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031