Indus Valley Times

ସ୍ୱାମୀ-ସ୍ତ୍ରୀର ହୋଇ ଲଜରେ ରହିଥିଲେ, ଯୁବତୀଙ୍କ ମୃତ୍ୟୁ ନେଇ ସସ୍ପେନ୍ସ

 Breaking News

ସ୍ୱାମୀ-ସ୍ତ୍ରୀର ହୋଇ ଲଜରେ ରହିଥିଲେ, ଯୁବତୀଙ୍କ ମୃତ୍ୟୁ ନେଇ ସସ୍ପେନ୍ସ

ସ୍ୱାମୀ-ସ୍ତ୍ରୀର ହୋଇ ଲଜରେ ରହିଥିଲେ, ଯୁବତୀଙ୍କ ମୃତ୍ୟୁ ନେଇ ସସ୍ପେନ୍ସ
July 04
17:21 2023

ଭୁବନେଶ୍ୱର,୪/୭: ପୁରୁଷ ବନ୍ଧୁଙ୍କୁ ସ୍ୱାମୀର ପରିଚୟ ଦେଇ ଲଜରେ ରହିଥିଲେ ଯୁବତୀ। ଆଜି ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ। ହେଲେ ପୁରୁଷ ବନ୍ଧୁ ଚମ୍ପଟ ମାରିଛନ୍ତି। ଏପରି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରଠାରୁ ଅଳ୍ପ ଦୂର ଜଟଣୀରୁ।
ରବିବାର ଅପରାହ୍ନରେ ଜଟଣା ସୀତାରାମ ଛକ ନିକଟରେ ଥିବା ଏକ ଲଜରେ ଜଣେ ଯୁବକ ଓ ଜଣେ ଯୁବତୀ ରହିଥିଲେ। ଉଭୟ ସ୍ୱାମୀ ଓ ସ୍ତ୍ରୀର ପଳରିଚୟ ଦେଇଥିଲେ। ହୋଟେଲ୍ ରେଜିଷ୍ଟାରରେ ଉଭୟଙ୍କ ନାଁ ସ୍ମୃତିରଞ୍ଜନ ଜେନା ଓ ରଶ୍ମୀତା ଜେନା ବୋଲି ଦର୍ଶାଇଥିଲେ। ଏଥିସହ ସେମାନଙ୍କ ଘର ଜଗତସିଂହପୁର ଅସିଲୋ ଗାଁରେ ବୋଲି ଉଲ୍ଲେଖ କରିଥିଲେ। ଉଭୟ ଲଜର ରୁମ୍ ନମ୍ୱର ୧୧୩ରେ ରହିଥିଲେ।
ରବିବାର ରାତି ୧୧ଟାରେ ସ୍ମୃତିରଞ୍ଜନ ଖାଇବା ଆଣିବା ପାଇଁ ଲଜ ବାହାରକୁ ଯାଇଥିଲେ। ଆଉ ଫେରି ନଥିଲେ। ରୁମ୍ରେ ରଶ୍ମୀତା ଏକାକୀ ଥିଲେ। ଆଜି ମଧ୍ୟାହ୍ନରେ କୋଠରୀ ସଫା କରିବାକୁ ଲଜ୍ କର୍ମଚାରୀ କବାଟ ବାଡେଇଥିଲେ।
ହେଲେ ଘର ଭିତାରୁ କୌଣସି ଶବ୍ଦ ଶୁଣିବାକୁ ମିଳିନଥିଲା। ପରେ ଏନେଇ ପୁଲିସ୍କୁ ଖବର ଦେଇଥିଲେ ଲଜ୍ କର୍ତ୍ତୃପକ୍ଷ। ଖବର ପାଇ ଜଟଣୀ କମିଶନରେଟ ପୁଲିସ ଲଜରେ ପହଞ୍ଚି ଝରକାବାଟେ ଯୁବତୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଯୁବତୀଙ୍କ ସହିତ ଆସିଥିବା ସ୍ମୃତିରଞ୍ଜନଙ୍କ ଫୋନ୍ ବନ୍ଦ ରହିଛି। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୁଲିସ୍ କବାଟ ଭାଙ୍ଗି ମୃତଦେହ ଜବତ କରିଥିବା ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930