Indus Valley Times

ହକି ବିଶ୍ୱକପ: ସଂଘର୍ଷ କଲି ୱେଲ୍ସ ଠାରୁ ଜିତିଲା ଭାରତ

 Breaking News

ହକି ବିଶ୍ୱକପ: ସଂଘର୍ଷ କଲି ୱେଲ୍ସ ଠାରୁ ଜିତିଲା ଭାରତ

ହକି ବିଶ୍ୱକପ: ସଂଘର୍ଷ କଲି ୱେଲ୍ସ ଠାରୁ ଜିତିଲା ଭାରତ
January 20
08:37 2023

ଭୁବନେଶ୍ୱର,୨୦ ।୧: ଶେଷ ଯାଏ ୱେଲ୍ସ ଭଳି ଦୁର୍ବଳ ଦଳ ସହ ସଂଘର୍ଷ କରିଛି ଭାରତୀୟ ପୁରୁଷ ହକି ଟିମ୍। ଅବଶ୍ୟ ଭାରତୀୟ ଟିମ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ ୪-୨ରେ ଜିତିଛି। ହେଲେ ୱେଲ ଶେଷ ଯାଏ ଦଳ ଉପରେ ଚାପ ରଖିବାକୁ ସକ୍ଷମ ହୋଇଥିଲା। ଭାରତ ମ୍ୟାଚ୍ ଜିତିଥିଲେ ମଧ୍ୟ ଗ୍ରୁପ୍ ଡି’ରୁ ଦ୍ୱିତୀୟ ଦଳ ଭାବେ କ୍ରସଓଭର ମ୍ୟାଚ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।
ଜାନୁଆରୀ ୨୨ରେ ଦଳ ଗ୍ରୁପ ସି’ର ତୃତୀୟ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ଏହି ମ୍ୟାଚ୍ ଜିତିଲେ ଦଳ ବିଶ୍ୱକପର କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବ। ଗ୍ରୁପ ଡି’ରୁ ଇଂଲଣ୍ଡ ପ୍ରଥମ ସ୍ଥାନରେ ରହି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି। ଆଜି ଯଦି ଭାରତ ୱେଲ୍ସକୁ ୮-୦ ଗୋଲରେ ହରାଇ ଥାଆନ୍ତା, ତା’ହେଲେ ଗ୍ରୁପ ଡି’ର ପ୍ରଥମ ସ୍ଥାନରେ ରହିବାକୁ ସକ୍ଷମ ହୋଇଥାଆନ୍ତା। ହେଲେ ଦଳ ୨ଟି ଗୋଲ ଖାଇବା ସହ ୪ଟି ଗୋଲ ହିଁ କରିବାକୁ ସକ୍ଷମ ହୋଇଛି।
ଆଜିର ମ୍ୟାଚ୍ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଦଳକୁ କ୍ୱାର୍ଟର ଫାଇନାଲ ପାଇଁ ୱେଲ୍ସ ବିପକ୍ଷରେ ଏକତରଫା ବିଜୟ ଦରକାର ଥିଲା। ଭାରତ ମଧ୍ୟ ଆରମ୍ଭରୁ ୱେଲ୍ସ ଉପରେ ଚାପ ପକାଇ ପ୍ରଥମ କ୍ୱାର୍ଟରରେ ଏକାଧିକ ଗୋଲ ସୁଯୋଗ ସୃଷ୍ଟି କରିଥିଲା। କିନ୍ତୁ ୱେଲ୍ସର ଗୋଲ କିପର ସବୁ ଉଦ୍ୟମକୁ ଭଣ୍ତୁର କରି ଦେଇଥିଲେ।
ତେବେ ଦ୍ୱିତୀୟ କ୍ୱାର୍ଟରରେ ଶମଶେର ସିଂହ ଚମତ୍କାର ଫିଲ୍ଡ ଗୋଲ ଦେଇ ଦଳକୁ ୧-୦ରେ ଆଗୁଆ କରି ଦେଇଥିଲେ। ଏହି ଗୋଲଟି ବେଶ ନାଟକୀୟ ଢଙ୍ଗରେ ଦଳକୁ ମିଳିଥିଲା। ପ୍ରଥମେ ଭାରତକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହା ରିବାଉଣ୍ଡ ହୋଇ ସର୍କଲ ବାହାରକୁ ଚାଲି ଯାଇଥିଲା। ଏହାର ଫାଇଦା ଉଠାଇ ଶମଶେର ଗୋଲ ଦେଇଥିଲେ। ହାଫ ଟାଇମ ସୁଦ୍ଧା ଭାରତ ୧-୦ରେ ଆଗୁଆ ଥିଲା।
ତୃତୀୟ କ୍ୱାର୍ଟର ଆରମ୍ଭରୁ ଆକାଶଦୀପ ଗୋଲ ଦେଇ ଲିଡ୍କୁ ୨-୦ କରି ଦେଇଥିଲେ। ଏହାପରେ ଭାରତକୁ ମ୍ୟାଚ୍ର ୪ନଂ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ମଧ୍ୟ ଦଳ ଗୋଲରେ ପରିଣତ କରି ପାରି ନଥିଲା ଦଳ। କିଛି ମିନିଟ ପରେ ମନପ୍ରୀତ ସିଂହ ଡି’ ଭିତରେ ମନଦୀପ ସିଂହଙ୍କୁ ସୁନ୍ଦର ପାସ ଦେଇଥିଲେ। ତଥାପି ଭାରତ ଲିଡ୍କୁ ୩-୦ କରି ପାରି ନଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031