Indus Valley Times

ହରଭଙ୍ଗା ବ୍ଲକ୍ ସ୍ତରୀୟ ସଂସାଧନ କର୍ମୀଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ଶୁଭ ଉଦଘାଟନ

 Breaking News

ହରଭଙ୍ଗା ବ୍ଲକ୍ ସ୍ତରୀୟ ସଂସାଧନ କର୍ମୀଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ଶୁଭ ଉଦଘାଟନ

ହରଭଙ୍ଗା ବ୍ଲକ୍ ସ୍ତରୀୟ ସଂସାଧନ କର୍ମୀଙ୍କ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରର ଶୁଭ ଉଦଘାଟନ
September 12
21:05 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୨/୯: ଆଜି ହରଭଙ୍ଗା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଓଡ଼ିଶା ସରକାର ଙ୍କ ଦ୍ଵାରା ଆୟୋଜିତ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର କୁ ମୁଖ୍ୟ ଅତିଥଭାବେ ବ୍ଲକ୍ ଅଧକ୍ଷା ଶ୍ରୀମତୀ ସ୍ନେହଲତା ପ୍ରଧାନ ମା ଭୈରବୀଙ୍କ ଫୋଟୋରେ ପ୍ରଦୀପ ପ୍ରଜ୍ଵଳନ କରି ଶୁଭ ଉଦ୍ଘାଟନ କରି ସରକାରଙ୍କ ଲୋକାଭିମୁଖୀ ଯୋଜନାର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚେଇବାକୁ ଆହ୍ଵାନ କରିଥିଲେ ଏବଂ କଳାକାରଙ୍କୁ ଦେବଦୂତ ବୋଲି କହିଥିଲେ ।
ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସୁଶ୍ରୀ ରିତା କାନ୍ତି ବଳିଆର ସିଂ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇ ସରକାରଙ୍କ ଆଠଗୋଟି ଯୋଜନା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ନିର୍ଦ୍ଧାରଣ ଓ ତଥ୍ୟ ପ୍ରେରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
ସମ୍ମାନିତ ଅତିଥି ଭାବେ ବ୍ଲକ୍ ଉପାଧକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ପ୍ରଧାନ ସମସ୍ତ କଳାକାର ମାନଙ୍କୁ ଉତ୍ସାହିତ କରିବା ସହିତ ବ୍ଲକ୍ ପ୍ରଶାସନ ତରଫରୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ସହକାରୀ ନିର୍ବାହୀ ଜନ୍ତ୍ରୀ ହରଭଙ୍ଗା ବ୍ଲକ ମନୋରଞ୍ଜନ ପାତ୍ର ଉପସ୍ଥିତ ରହି କଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।
ରାଜ୍ୟ ସଂସାଧନ କର୍ମୀ ତଥା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ଦିବ୍ୟ ଶଙ୍କର ରାଉତ ପ୍ରଶିକ୍ଷଣ ଶିବିର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରି କଳାକାର ମାନଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେବା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ ।
ରାଜ୍ୟ ସଂସାଧନ କର୍ମୀ ତଥା ବୌଦ୍ଧ ବ୍ଲକ୍ କଳା ସଂସ୍କୃତି ସଂଘର ଉପସଭାପତି ସ୍ଵାଧୀନ ପରିଡ଼ା ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ।
ଜିଲ୍ଲା ସଂସାଧନ କର୍ମୀ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ସାହୁ ଯୋଗଦେଇ ସଚେତନତାର ବିଷୟ ବସ୍ତୁ, କ୍ଷେତ୍ର ପ୍ରଦର୍ଶନ, ତଥା କାର୍ଯ୍ୟକ୍ରମର ସ୍କ୍ରିପ୍ଟ ପ୍ରସ୍ତୁତି ସମ୍ପର୍କରେ ଧାରଣା ପ୍ରଦାନ କରିଥିଲେ ।
ଅନ୍ୟତମ ଅତିଥି ଭାବେ ପୂର୍ବତନ ବ୍ଲକ୍ କଳା ସଂସ୍କୃତି ସଂଘ ଉପସଭାପତି ବାଞ୍ଛା ନିଧି ପ୍ରଧାନ ଓ କଣ୍ଟାମାଳ ସଂସାଧନ କର୍ମୀ ରଂଜନ କୁମାର ପାତ୍ର ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ କଳାକାର ମାନଙ୍କୁ ଦିଗ୍ ଦର୍ଶନ ଦେଇଥିଲେ ।
ସମସ୍ତ କାର୍ଯ୍ୟକ୍ରମ କୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ହରଭଙ୍ଗା ଅବିନାଶ ପ୍ରଧାନ ଓ ସହକାରୀ ସୁନୀଲ କୁମାର ମହାନ୍ତି ସହଯୋଗ କରିଥିଲେ ।
ମନୋରଞ୍ଜନ ସାହୁ ଓ ସାଥି କଳାକାର ସଙ୍କୀର୍ତ୍ତନ୍ୟ ମାଧ୍ୟମରେ ଓ କରୁଣାକର ବଗର୍ତ୍ତୀ, ସୌମିତ୍ରି ମାଟିଆ ଦାସକାଠିଆ ମାଧ୍ୟମରେ ସଚେତନତା ବାର୍ତ୍ତାର ନମୁନା ପ୍ରଦର୍ଶନ କରିଥିଲେ ।
ସନ୍ତୋସିନୀ ସାହୁ ଓ ହରଭଙ୍ଗା ବ୍ଲକର ଅନେକ କଳାକାର ଭଜନ, ସଙ୍କୀର୍ତ୍ତନ୍ୟ, ସଙ୍ଗୀତ ଆଦି ପରିବେଷଣ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସୁଶ୍ରୀ ବଳିୟାର ସିଂହ ସମସ୍ତ କଳାକାରଙ୍କ ସହଯୋଗ କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031