Indus Valley Times

ହଷ୍ଟେଲରେ ମିଳୁନି ଖାଦ୍ୟ; ତହସିଲ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦିଲେ ଛାତ୍ରୀ

 Breaking News

ହଷ୍ଟେଲରେ ମିଳୁନି ଖାଦ୍ୟ; ତହସିଲ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦିଲେ ଛାତ୍ରୀ

October 23
19:38 2022

କରଞ୍ଜିଆ , ୨୩/୧୦: ହଷ୍ଟେଲରେ ଗ୍ୟାସ ସରି ଯାଇଥିବାରୁ ଗତକାଲିଠୁ ଭୋକ ଉପାସରେ ଅଛନ୍ତି ଶତାଧିକ ଛାତ୍ରୀ। କେହି ସେମାନଙ୍କ କଥା ନବୁଝିବାରୁ କାନ୍ଦି କାନ୍ଦି ବିଡିଓଙ୍କ ନିକଟରେ ଗୁହାରି ଜଣାଇବା ପାଇଁ ପହଞ୍ଚିଥିଲେ ବ୍ଲକ କାର୍ଯ୍ୟାଳୟରେ। ଏପରି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍ ଠାକୁରମୁଣ୍ଡା ଏସଟିଏସି ଡେଭଲମେଣ୍ଟ(ଏସ୍ଏସ୍ଡି) ଛାତ୍ରୀ ନିବାସରେ।
ଏହି ଏସଟିଏସି ଡେଭଲମେଣ୍ଟ ଛାତ୍ରୀ ନିବାସରେ ୯୪ଜଣ ଝିଅ ରହନ୍ତି। ହଷ୍ଟେଲରେ ଗ୍ୟାସ ସରି ଯାଇଥିବାରୁ ଗତକାଲି ରାତିଠୁ ସେମାନଙ୍କୁ କିଛି ଖାଇବାକୁ ଦିଆଯାଇ ନଥିଲା। ଆଜି ଦିନ୧୨ଟା ପର୍ଯ୍ୟନ୍ତ ସେମାନେ ଭୋକ ଉପାସରେ ରହିଥିଲେ।
ତା’ ପରେ ଆଉ ଭୋକ ସମ୍ଭାଳି ପାରିନଥିଲେ। ତେଣୁ ଦୁଃଖ ଜଣାଇବାକୁ କାନ୍ଦି କାନ୍ଦି ବିଡ଼ିଓଙ୍କ ପାଖକୁ ଆସିଥିଲେ। ତେବେ ଆଜି ରବିବାର ଥିବାରୁ ବ୍ଲକ କାର‌୍ୟ୍ୟାଳୟର ବନ୍ଦ ଥିଲା। ପରେ ପିଲାମାନେ ବ୍ଲକ କାର୍ଯ୍ୟାଳୟର ଗେଟ୍ ଆଗରେ ଧାରଣାରେ ବସିଥିଲେ।
ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରିଥିଲେ। ସ୍ଥାନୀୟ ଲୋକ ସେହି ପିଲାମାନଙ୍କୁ କିଛି ଖାଇବାକୁ ଦେଇଥିଲେ ବୋଲି ଜଣାଯାଇଛି।
ଠାକୁରମୁଣ୍ଡା ବ୍ଲକ ଏବିଇଓ ଭାଗିରଥି ମହାନ୍ତି କହିଛନ୍ତି, ପିଲାମାନେ ବ୍ଲକ୍ କାର୍ଯ୍ୟାଳୟରେ ବସିଥିବା ଖବର ପାଇ ମୁଁ ଘଟଣାସ୍ଥଳରେ ପହଞ୍ଚିଥିଲି। ପିଲାମାନେ ସକାଳେ ମୁଢ଼ି ଖାଇଥିଲେ। ହଷ୍ଟେଲରେ ଗ୍ୟାସ ନଥିବାରୁ ରୋଷେଇ ହୋଇ ନଥିଲା। ହଷ୍ଟେଲ କଥା ଆମେ ବୁଝୁନାହୁଁ। ଡବ୍ଲ୍ୟୁଓ ବୁଝାସୁଝା କରୁଛନ୍ତି।
ଏହି ବିଷୟରେ ଠାକୁରମୁଣ୍ଡା ବ୍ଲକ ସିଆରସିସି ଅଲେଖ ପଲେଇଙ୍କୁ ଗଣମାଧ୍ୟମ ପ୍ରତିନିଧି ପଚାରିବାକୁ ସେ କିଛି ନ ଜାଣିଲା ଭଳି ଅଭିନୟ କରିଥିଲେ। କହିଥିଲେ, ଏ ବିଷୟରେ ମୁଁ କିଛି ଜାଣି ନାହିଁ। ମୁଁ କିଛି କହିପାରିବିନି।
ସରକାର ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ବିଭିନ୍ନ ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ହେଲେ ଅନେକ ସ୍ଥାନରେ ଏହାର କାର୍ଯ୍ୟକାରିତା ଠିକ୍ ଭାବେ ହେଉ ନାହିଁ। ଫଳରେ ପିଲାମାନଙ୍କୁ ଭୋକ ଉପାସରେ ବି ରହିବାକୁ ପଡ଼ୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031