Legatus

ହାଇକୋର୍ଟର ନୂଆ ବିଚାରପତିଙ୍କ ଶପଥ ଗ୍ରହଣ, ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ

 Breaking News

ହାଇକୋର୍ଟର ନୂଆ ବିଚାରପତିଙ୍କ ଶପଥ ଗ୍ରହଣ, ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ

ହାଇକୋର୍ଟର ନୂଆ ବିଚାରପତିଙ୍କ ଶପଥ ଗ୍ରହଣ, ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ
March 26
11:08 2025

କଟକ, ୨୬/୩ : ଓଡ଼ିଶା ହାଇକୋର୍ଟର ୩୫ତମ ନୂତନ ମୁଖ୍ୟ ବିଚାରପତି ହୋଇଛନ୍ତି ବିଚାରପତି ହରିଶ ଟଣ୍ଡନ । ରାଜ୍ୟପାଳ ହରିବାବୁ କମ୍ଭମପାଟି ହରିଶ ଟଣ୍ଡନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହି ଶପଥ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ ।
୧୯ ଜାନୁଆରୀ ୨୦୨୫ରେ ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ ଅବସର ଗ୍ରହଣ କରିଥିଲେ । ସୁପ୍ରିମକୋର୍ଟ କଲେଜିୟମ୍ କଲିକତା ହାଇକୋର୍ଟରେ ବିଚାରପତି ଥିବା ହରିଶ ଟଣ୍ଡନଙ୍କ ନାମ ସୁପାରିଶ କରିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଚାରପତିଙ୍କୁ ନିଯୁକ୍ତି ଦେଇଥିଲେ ।
ହରିଶ ଟଣ୍ଡନ କୋଲକାତା ହାଇକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ଥିଲେ । ସର୍ବଭାରତୀୟ ସ୍ତରରେ ସେ ସପ୍ତମ ବରିଷ୍ଠ ହାଇକୋର୍ଟ ବିଚାରପତି । ୨୦୧୦ରୁ ଏପ୍ରିଲ୍ ୧୩ରୁ ସେ କଲିକତା ହାଇକୋର୍ଟରେ ବିଚାରପତି ଭାବେ ଦାୟିତ୍ୱ ତୁଲାଉଛନ୍ତି ।
ବିଚାରପତି ହରିଶ ଟଣ୍ଡନ ୧୯୬୪, ନଭେମ୍ବର ୧୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୯ରେ କଲିକତା ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ । ଏହା ପରେ ୧୯୮୯, ସେପ୍ଟେମ୍ବର ୨୬ ତାରିଖରେ ସେ କଲିକତା ହାଇକୋର୍ଟରେ ଆଇନଜୀବୀଭାବେ କାର‌୍ୟ୍ୟ ଆରମ୍ଭ କରିଥିଲେ । ୨୦୧୦, ଏପ୍ରିଲ ୧୩ ତାରିଖରେ ତାଙ୍କୁ ସେଠାରେ ସ୍ଥାୟୀ ବିଚାରପତିଭାବେ ନିଯୁକ୍ତି ମିଳିଥିଲା । ପ୍ରାୟ ୧୪ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହି ଦାୟିତ୍ୱ ତୁଲାଇଥିଲେ ।
କ୍ଟ

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31